ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା । ରାଜ୍ୟରେ ୧୦୭ ଟି ଏନଏସି ଓ ମ୍ୟୁନିସପାଲଟି ପାଇଁ ୧୭୫୬ ଟି କାଉନସିଲର ପଦବୀ ରହିଛି । ସେଥିରୁ ୧୨୨ ଟି ଅନୁସୂଚିତ ଜାତି ପାଇଁ ରିଜର୍ଭ ରହିଥିବା ବେଳେ । ୧୭୧ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିଛିା ୪୯ ଅନୁସୂଚିତ ଜନଜାତି ପାଇଁ ,ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂକ୍ଷିତଙ୍କ ପାଇଁ ୬୬୮ ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିସନର ।
ଫେବ୍ରୃଆରୀ ୧୦ ତାରିଖରେ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ଫେବ୍ରୃଆରୀ ୧୧ରୁ ୧୬ ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ ପାଖରେ କୌଣସି ଆପତ୍ତି ଅଭିଯୋଗ କରିପାରିବେ । ଫେବୃଆରୀ ୧୮ରେ ଏହା ଯାଞ୍ଚ କରାଯିବ । ସଂଶୋଧିତ ଭୋଟର ତାଲିକା ୨୪ ତାରିଖରେ ପ୍ରକାଶ ପାଇବ ବୋଲି ଜଣାପଡିଛି । ଫେବ୍ରୃଆରୀ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ । ଏହା ପରେ ନିର୍ବାଚନ ତାରିଖ ଘେଷଣା ହେବ ବୋଲି ଜଣାପଡିଛି ।
ଭୋଟର ଲିଷ୍ଟରେ ଯେଉଁମାନଙ୍କ ନାମ ନାହିଁ । ତାହା ପୁଣି ପୁରାଯିବା ଯଦି କୌଣସି ନିର୍ଦ୍ଦିଷ୍ଟ ୱାର୍ଡରୁ ଜଣେ ଭୋଟରଙ୍କ ନାଁ ଭୁଲରେ ଅନ୍ୟ ୱାର୍ଡରେ ରହିଥିବା । ତେବେ ସଂଶୋଧନ ପାଇଁ ଅନୁମତି ଦିଆଯିବ । ୱାର୍ଡ ଗୁଡିକ ବିଭାଜନ ପରେ ଡ୍ରାଫ୍ଟ ନିର୍ବାଚନ ତାଲିକା ପ୍ରକାଶ ପାଇବ । ଏହି ଡ୍ରାଫ୍ଟ କପି ଗୁଡିକୁ ଜାତୀୟ ତଥା ରାଜ୍ୟ ସ୍ତରୀୟ ଦଳ ଗୁଡିକ ପାଖକୁ ପଠାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।
Comments are closed.