କଟକ: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି-୨୦୨୫) ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ।
ପରୀକ୍ଷାର ପେପର୍-୧ ଓ ପେପର-୨ ଗୋଟିଏ ସିଟିଂରେ ଶେଷ ହେବ । ଏହି ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ନିଜର ଆଡ୍ମିଟ୍ କାର୍ଡ (ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍) ୱେବସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ । ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ । ପରୀକ୍ଷା ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପରୀକ୍ଷାର୍ଥୀ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରି ପରୀକ୍ଷାରେ ବସିପାରିବେ ।
Comments are closed.