Latest Odisha News

ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ । ଏହି ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସାଧାରଣ ଲୋକଙ୍କ ୩ ଦଫା (ପ୍ରଦୂଷଣ, ଧାନମଣ୍ଡି ଅବ୍ୟବସ୍ଥା, ଟାଟା ପାଓ୍ବାର ଯନ୍ତ୍ରଣା) ଦାବିକୁ ନେଇ ଏହି ବନ୍ଦ ପାଳନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟ ପକ୍ଷରେ ଏହି ବନ୍ଦ ଡାକରାକୁ ସିପିଆଇ(ଏମ୍) ସମର୍ଥନ ଜଣାଇଛି । ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ କାର ଶୋଭାଯାତ୍ରା ଓ ପ୍ରଚାର କରାଯାଇଥିଲା ।

ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଶ୍ରୀ ଅଲ୍ଲୀ ନିବେଦନ କରିଥିଲେ ।

Leave A Reply

Your email address will not be published.