ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଲେ ବୈଠକ । ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ବସୁଛି । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ କିଭଳି ହେବ ନିର୍ବାଚନ ସେନେଇ ଆଜିର ବୈଠକରେ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ ।
ରାଜ୍ୟରେ ଦୈନିକ ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ କିଭଳି ହେବ ? ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ସେହିପରି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏସବୁ ବୈଠକରେ ଆଲୋଚନା ପରେ ପଞ୍ଚାୟତ ନିର୍ବାଚନ ନେଇ ବଡ଼ ନିଷ୍ପତ୍ତି ହୋଇପାରେ ।
Comments are closed.