ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ ଅଭିଷେକ ରାଉତ ୪୧ ରନ କରିଥିଲେ । ପୂର୍ବରୁ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୫୦୧ରନ ଜବାବରେ ଓଡିଶା ୨୦୫ ରନ କରି ଫଲୋଅନ ହୋଇଥିଲା । ଧର୍ମେନ୍ଦ୍ରସିଂ ଜାଡେଜା ମ୍ୟାଚରେ ୧୧ ୱିକେଟ ହାସଲ କରି ଓଡିଶା ପରାଜୟର ମୂଖ୍ୟ କାରଣ ସାଜିଥିଲେ ।
ପ୍ରଥମ ମ୍ୟାଚରେ ଗୋଆ ବିପକ୍ଷରେ ୩ ପଂଏଟ ହାସଲ କରିଥିବା ଓଡିଶା ତାର ପରବର୍ତୀ ମୁକାବିଲାରେ ମୁମ୍ବାଇକୁ ଭେଟିବ । ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଏହି ମ୍ୟାଚରେ ବିଜୟ ହାସଲ କରିବା ଦଳ ପାଇଁ ଜରୁରୀ ହୋଇ ପଡିଛି ।
Comments are closed.