Latest Odisha News

BREAKING NEWS

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲାନି ସୁଯୋଗ, ପ୍ରତିବାଦ କରିବ ବିଜେଡ଼ି

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ସୁଯୋଗ ଦେଲାନି କେନ୍ଦ୍ର, ପ୍ରତିବାଦ କରିବ ବିଜେଡି । ଜାନୁଆରୀ ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବାର ସୁଯୋଗ ନମିଳିବା ଦୁଃଖର କଥା । ଏହାର ପ୍ରତିବାଦ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

ପ୍ରଜ୍ଞାପନ ମେଢ଼ ନେଇ ୫ଟି ପ୍ରସ୍ତାବ ଦିଆଯାଇଥିଲା । ୧୮୧୭ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ, ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଜୀବନୀ, ଓଡ଼ିଶାରେ ହକି ଭିତ୍ତିଭୂମି ଓ ଓଡ଼ିଶା କିପରି ହକି ବିକାଶ ପାଇଁ କାମ କରୁଛି ।

ଗତ ୨୦ ବର୍ଷରେ ଓଡ଼ିଶାରେ ହୋଇଥିବା ବ୍ୟାପକ ବିକାଶ । ବିଶେଷ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କିପରି ସଫଳତା ପାଇଛି । ସେନେଇ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ତେବେ ତୃତୀୟ ରାଉଣ୍ଡରୁ କଟିଗଲା । କାହିଁକି କଟିଲା ସେନେଇ କାରଣ ବି ଜଣାଇଲେ ନାହିଁ କେନ୍ଦ୍ର ସରକାର ।

ଗୁଜରାଟର ପ୍ରଜ୍ଞାପନ ମେଢ଼କୁ ୫ ବର୍ଷ ହେଲାଣି ଗ୍ରହଣ କରୁଛନ୍ତି, ହେଲେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ମାନ୍ୟତା ଦେବାରେ ଅବହେଳା କରୁଛନ୍ତି । ଏବେ ପ୍ରଜ୍ଞାପନ ମେଢ଼କୁ ସୁଯୋଗ ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

Comments are closed, but trackbacks and pingbacks are open.