Latest Odisha News

BREAKING NEWS

ଟେନିସ୍‌କୁ ଅଲବିଦା କହିଲେ ସାନିଆ ମିର୍ଜା, ୨୦୨୨ ଶେଷ ସିଜିନ୍‌

ଭୁବନେଶ୍ୱର: ସନ୍ୟାସ ଘୋଷଣା କଲେ ଭାରତର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଆଜି ସେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି ।

ମହିଳା ଡବଲ୍ସ ମ୍ୟାଚରେ ପରାଜିତ ହେବା ପରେ ଚଳିତବର୍ଷ ସାନିଆ ଶେଷ ସିଜିନ୍ ଖେଳିବା ନେଇ ପୋଷ୍ଟ ମ୍ୟାଚ୍ ପ୍ରେସ୍ କନଫେରେନ୍ସରେ ପ୍ରକାଶ କରିଛନ୍ତି ।ା ସ।।ନିଆ ନିଜ ଘୋଷଣାରେ କହିଥିଲେ, ଖେଳରୁ ସନ୍ୟାସ ନେବା ପଛରେ ଏକାଧିକ କାରଣ ରହିଛି । ଖେଳିବା ପାଇଁ ସାରା ବିଶ୍ୱରେ ଭ୍ରମଣ କରିବା ଦ୍ୱାରା ମୁଁ ମୋ ତିନିବର୍ଷର ଛୁଆର ଜୀବନକୁ ବିପଦରେ ପକାଉଛି । ଖେଳିବା ପାଇଁ ମୋ ଶାରିରୀକ କ୍ଷମତା ମୋତେ ଅନୁମତି ଦେଉନି । ଆଜି ଖେଳିବା ସମୟରେ ମୋ ଆଣ୍ଠୁରେ ତୀବ୍ର ଯନ୍ତ୍ରଣା ହେଉଥିଲା । ବୟସ ବଢିବା ସହ ମୋତେ ସୁସ୍ଥ ହେବାକୁ ମଧ୍ୟ ଅଧିକ ସମୟ ଲାଗୁଛି ।

ମାଆ ହେବା ପରେ ସାନିଆ ୨୦୧୯, ମାର୍ଚ୍ଚ ମାସରେ ଟେନିସ୍ କୋର୍ଟକୁ ଫେରିଥିଲେ । ହେଲେ କରୋନା ମହାମାରୀ ତାଙ୍କ କମବ୍ୟାକ୍ ରାସ୍ତାରେ କଣ୍ଟା ସାଜିଥିଲା । ତେବେ ସନ୍ୟାସ ନେବା ପୂର୍ବରୁ ପ୍ରଥମ ଗ୍ରାଣ୍ଡ ସ୍ଲାମ ତାଲିକାରେ ସାନିଆଙ୍କ ନାଁ ରହିଛି । ଏଥିରେ ସେ ଆମେରିକୀୟ ଟେନିସ୍ ଷ୍ଟାର ରାଜୀବ ରାମଙ୍କ ଯୋଡିଦାର ସାଜି ଟେନିସ୍ କୋର୍ଟକୁ ଓହ୍ଲାଇବେ ।

Comments are closed, but trackbacks and pingbacks are open.