Latest Odisha News

BREAKING NEWS

କଥାକୁହା ଫଟୋ: ସାଳନ୍ଦୀ ନଦୀରୁ ଜଳ ସଂଗ୍ରହ ପରେ ଆରଡ଼ି ପୀଠକୁ କାଉଡ଼ିଆଙ୍କ ଯାତ୍ରା…

ଭଦ୍ରକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପୁରାତନ ଶୈବପୀଠ ଗୁଡ଼ିକରେ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିବା ନିମନ୍ତେ କାଉଡ଼ିଆଙ୍କ ଭିଡ଼ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିବାରେ ଲାଗିଛନ୍ତି । ହଜାର ହଜାର କାଉଡ଼ିଆ ଭଦ୍ରକ ସହରର ସାଳନ୍ଦୀ ତୁଠ ଏବଂ ଚାନ୍ଦବାଲିର ବୈତରଣୀ ଘାଟରୁ ଜଳ ସଂଗ୍ରହ କରି ମହାଦେବଙ୍କୁ ଅଭିଷେକ କରିଛନ୍ତି ।

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ସହିତ ନାଗ ପଞ୍ଚମୀ ଥିବାରୁ ଆରଡ଼ି ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Leave A Reply

Your email address will not be published.