Latest Odisha News

BREAKING NEWS

୬ ରୁ ପାରଦ ୪୦ ତଳେ, ୭ ରେ ବର୍ଷା !

ଭୁବନେଶ୍ୱର: ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ। ୪୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାତିରେ ଜଳିଥିଲା ରାଜ୍ୟର ୧୫ ସହର। ୨୪ ସହରରେ ପାରଦ ୪୩ ଡିଗ୍ରୀ ପାର୍ କରିଥିଲା। ବାରିପଦା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିବା ବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ପହଞ୍ଚିଛି।

ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ରେଡ୍ ୱାର୍ଣ୍ଣିଂ ସ୍ଥିତି ବଳବତ୍ତର ରହିବ। ତାପରେ ସାମାନ୍ୟ ତାତି ହ୍ରାମ ପାଇବ। ତଥାପି ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ। ମେ ୭ ତାରିଖ ବେଳକୁ ପାଗରେ ଆସିବ ବଡ଼ ପରିବର୍ତ୍ତନ। ପାଗର ଦିଗ ବଦଳିବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢିବା ସହ ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୪ ଓ ୫ ରୁ ଉପକୂଳ ଓଡିଶାରେ ପାଗରେ ତାତିରୁ ବଡ଼ ଆଶ୍ୱସ୍ତି ମିଳିପାରେ। ତେବେ ମେ ୨ ତାରିଖରେ ତାତି ସାମାନ୍ୟ କମିବ। ୩ରେ ପୁଣି ବଢିବ ଗରମ। ଆଭ୍ୟନ୍ତରୀଣ ଅଞ୍ଚଳରେ ୫ ତାରିଖ ଯାଏ ତାତି ଜାରି ରହିବ। ଆସନ୍ତା ୨ ଦିନ ବାରିପଦା, ଝାରସୁଗୁଡ଼ା, ଅବିଭକ୍ତ କୋରାପୁଟ, କଳାହାଣ୍ଡିରେ ତାତି କମିବ।

Leave A Reply

Your email address will not be published.