Latest Odisha News

BREAKING NEWS

ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?

ଭୁବନେଶ୍ୱର: ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଏକ ବଡ଼ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯାହା ପରୋକ୍ଷରେ ଆଇଏଏସ୍ ଅଫିସର ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି।

ତେବେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଓ ସ୍ଥାନୀୟ କିମ୍ବଦନ୍ତୀମାନଙ୍କୁ ସମ୍ମାନୀତ କରିବା ଦିଗରେ ବିଜେପି ସରକାରର ସର୍ବନିମ୍ନ ପ୍ରୟାସକୁ ଦର୍ଶାଇ ପାଣ୍ଡିଆନ୍ ଏଭଳି ସମାଲୋଚନା ବିଜେଡି ପାଇଁ ପ୍ରତିକୂଳ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ସେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ପରିଗଣିତ ପାଣ୍ଡିଆନ୍ ନବୀନଙ୍କ ମୂଲ୍ୟବୋଧ ସହ ନିଜର ସମନ୍ୱୟ ପ୍ରକାଶ କରିଛନ୍ତି। ଯାହାକୁ ଓଡ଼ିଶାର ଯୁବପିଢ଼ି ଅଂଶୀଦାର କରନ୍ତି ବୋଲି ସେ ବିଶ୍ୱାସ ରଖନ୍ତି। ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଯେ ତାଙ୍କ ଉତ୍ତରାଧିକାରୀ ନିଷ୍ପତ୍ତି ଓଡ଼ିଶାବାସୀଙ୍କ ଉପରେ ନିର୍ଭର କରୁଛି ବୋଲି ପାଣ୍ଡିଆନ ସାକ୍ଷାତକାରରେ କହିଛନ୍ତି।

ଓଡ଼ିଆ ଗୌରବ ଓ ପରିଚୟକୁ ନେଇ ଉଦବେଗ ପ୍ରକାଶ କରିବା ସହ ତାମିଲନାଡ଼ୁର ପାଣ୍ଡିଆନଙ୍କୁ ବାହାର ଲୋକ ବୋଲି ଆଖ୍ୟା ଦେଇ ବିଜେପି ପୂର୍ବରୁ ବିଜେଡି ସହ ମେଣ୍ଟ ଆଲୋଚନାରୁ ଓହରି ଯାଇଛି।

ଏହାର ପ୍ରତିବାଦରେ ପାଣ୍ଡିଆନ ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ନବୀନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଏହାର ପ୍ରଚାର ପ୍ରସାରରେ ବିଜେପିର ଅବଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶେଷରେ ଓଡ଼ିଶାବାସୀ ତାଙ୍କର ସ୍ଥାନ ନିର୍ଦ୍ଧାରଣ କରିବେ ବୋଲି ପାଣ୍ଡିଆନ୍ କହିଛନ୍ତି।

Leave A Reply

Your email address will not be published.