Latest Odisha News

ରାଜ୍ୟରେ ପ୍ରତିଷ୍ଠା ହେବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ସିଫାରିସ କ୍ରମେ ରାଜ୍ୟରେ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ପ୍ରତିଷ୍ଠା ନେଇ ଅନୁମତି ପ୍ରଦାନ କଲେ ଓଡିଶା ସରକାର ।

ଏହି ୬ଟି କୋର୍ଟ ଯଥାକ୍ରମେ କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ପ୍ରତିଷ୍ଠା ହେବା ନେଇ ସୂଚନା ମିଳିଛି ।

ଏହାଛଡା ରାଜ୍ୟରେ ୨୪ ଟି ପୋକସୋ କୋର୍ଟର ପ୍ରତିଷ୍ଠା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର ।

ଦେଶରେ ନାବାଳକ/ନବଳିକା ମାନଙ୍କ କ୍ଷେତ୍ରରେ ବଢୁଥିବା ଯୌନ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ୩ଜଣିଆ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅଧିକ ସଂଖ୍ୟାରେ ପୋକସୋ କୋର୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.