Latest Odisha News

BREAKING NEWS

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣା ପରେ ବଦଳିଲା ବିଜ୍ଞପ୍ତି !

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମ ସାମ୍ନାରେ ଭଦ୍ରକରେ ରାଜ୍ୟ ସରକାର ନୂତନ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଘୋଷଣା କରିବା ପରେ ଏନେଇ ପ୍ରକାଶିତ ବିଜ୍ଞପ୍ତିରେ ପରିବର୍ତ୍ତନ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭଦ୍ରକରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରିବାର ଘଣ୍ଟାକ ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପରିବର୍ତ୍ତନ ହୋଇଥିଲା । ଏହି ପରିବର୍ତ୍ତିତ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକରେ ଏହି ଦାବୀକୁ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଚିନ୍ତା କରୁଛନ୍ତି ବୋଲି ପ୍ରକାଶିତ ହୋଇଛି ।

“ଭଦ୍ରକରେ ଏକ ମେଡ଼ିକାଲ୍ କଲେଜ ପ୍ରତିଷ୍ଠାନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଛନ୍ତି । ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ମତ ରଖିଛନ୍ତି,” ବୋଲି ଏହି ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ମନ୍ତ୍ରୀ ଶ୍ରୀ ଦାସ ପୂର୍ବରୁ କହିଥିଲେ ଯେ, “ପ୍ରସ୍ତାବିତ ମେଡ଼ିକାଲ୍ କଲେଜ ଲାଗି ଗ୍ରାଉଣ୍ଡ ଫ୍ଲୋର ସହିତ ୬ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ । ଏଥିପାଇଁ ୨୫ ଏକର ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ୨୦୨୦ ଫେବୃଆରୀ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବ । ଫଳରେ ଭଦ୍ରକ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ରୋଗୀ ଉପକୃତ ହୋଇପାରିବେ ।”

ଏହି ପରିବର୍ତ୍ତିତ ବିଜ୍ଞପ୍ତିରେ ପ୍ରକାଶିତ ହୋଇଛି ଯେ, ଭଦ୍ରକଠାରେ ଏଏସିଏଚ୍ ମଦରଚାଇଲ୍ଡ ହସପିଟାଲକୁ ସଂପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟ ହସପିଟାଲରେ ପରିଣତ କରାଯିବ । ହସପିଟାଲର ଚାରିପାଖେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ୬ କୋଟି ଖର୍ଚ୍ଚ ହେବ ।

ଗତ କିଛିମାସ ଧରି ଭଦ୍ରକ ଜିଲ୍ଲାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଲାଗି ଦାବି ହୋଇଆସୁଛି ।

Leave A Reply

Your email address will not be published.