Latest Odisha News

BREAKING NEWS

ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଜିଡିପି ବୃଦ୍ଧି ୪.୫% କୁ ହ୍ରାସ ଘଟିଲା

ଭୁବନେଶ୍ୱର: ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଅର୍ଥବ୍ୟବସ୍ଥାର ଅଗ୍ରଗତି ହ୍ରାସ ଘଟିଛି, କାରଣ ଉପଯୋଗ ବଢ଼ିବାରେ ବିଫଳ ହେଲା ଓ ଘରୋଇ ନିବେଶ ସ୍ଥିର ରହିଲା | ସରକାରୀ ଖର୍ଚ୍ଚ ବୃଦ୍ଧି ଘଟିଲା ଓ ଅର୍ଥବ୍ୟବସ୍ଥା କୁ ସମ୍ଭାଳିରଖିବାକୁ ସାହାଯ୍ୟ କଲା | ସକାଳ ମୂଲ୍ୟ ବର୍ଦ୍ଧିତ ଶବ୍ଦରେ, ପୂର୍ବ କ୍ୱାଟର ୪.୯ ପ୍ରତିଶତ ତୁଳନାରେ ୪.୩ ପ୍ରତିଶତ ବଢିଛି |

୪୧ ଅର୍ଥଶାସ୍ତ୍ରୀମନେ ବ୍ଲୁମବର୍ଗ ପୋଲରେ ଦ୍ୱିତୀୟ କ୍ୱାଟର ରେ ଜିଡିପି ବିକାସ ଦର ୪.୫ ପ୍ରତିଶତ ରହିବ ବୋଲି ଅନୁମାନ ଲଗାଇଥିଲେ | ୨୭ ଅର୍ଥଶାସ୍ତ୍ରୀମାନଙ୍କ ଅନୁସାରେ ଜିଭିଏ ର ଅନୁମାନ ୪.୪ ପ୍ରତିଶତ ଥିଲା |

ବର୍ତମାନ ଜିଡିପି ଶୃଙ୍ଖଳାରେ, ସବୁଠୁ କମ ବୃଦ୍ଧି ବିତ୍ତ ବର୍ଷ ୨୦୧୩ ର ଚତୁର୍ଥ କ୍ୱାଟର ରେ ୪.୩ ପ୍ରତିଶତ ରେକର୍ଡ କରାଯାଇଥିଲା | ବିତ୍ତବର୍ଷ୨୦ ର ଦ୍ୱିତୀୟ ସପ୍ତାହ ରେ ଦେଶର ବିକାସ ଦର ସବୁଠୁ କାମ ରହିଛି | ମାର୍ଚ୍ଚ ୨୦୧୮ ରେ ସମାପ୍ତ କ୍ୱାଟର ରେ ଭାରତ ର ଜିଡିପି ଏବେ ଷଷ୍ଠ କ୍ୱାଟର ରେ ୮.୧ ପ୍ରତିଶତ ରୁ ହ୍ରାସ ଘଟି ୪.୫ ପ୍ରତିଶତ ହୋଇଛି |

ଦ୍ୱିତୀୟ କ୍ୱାଟର ରେ ନାମକୁ ମାତ୍ର ବୃଦ୍ଧି ଘଟିଛି, ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ର ପ୍ରଭାବ ସାମିଲ ଅଛି, କ୍ୱାଟର ୨ ରେ ୬.୧ ପ୍ରତିଶତ ବନାମ କ୍ୱାଟର ୧ ରେ ୮ ପ୍ରତିଶତ ରେ ଥିଲା | ଯଦିଓ , ନିମ୍ନ ଡିଫ୍ଲେଟର, ଜାହା ବାସ୍ତବିକ ଜିଡିପି ବିକାସ କମ କରିବାପାଇଁ ଉପଯୋଗ କରାଯାଇଥାଏ, ବାସ୍ତବିକ ଜିଡିପି ବିକାସ କୁ ୪.୫ ପ୍ରତିଶତ ଉପରେ ରଖିବାକୁ ସାହାଯ୍ୟକରେ |

ସେକ୍ଟୋରଲ ଟ୍ରେଣ୍ଡ:
●କ୍ୱାଟର୧ ରେ ୨ ପ୍ରତିଶତ ତୁଳନାରେ କ୍ୱାଟର୨ ରେ କୃଷି କ୍ଷେତ୍ରରେ ୨.୧ ପ୍ରତିଶତ ବଢିଛି |
●କ୍ୱାଟର୧ ରେ ୨.୭ ପ୍ରତିଶତ ତୁଳନାରେ କ୍ୱାଟର୨ ରେ ଖଣି କ୍ଷେତ୍ରରେ ୦.୧ ପ୍ରତିଶତ ବଢିଛି |
●କ୍ୱାଟର୧ ରେ ୦.୬ ପ୍ରତିଶତ ତୁଳନାରେ ୧ ପ୍ରତିଶତ ଅନୁବନ୍ଧିତ |
●ବିଦ୍ୟୁତ ଓ ଅନ୍ୟ ସର୍ବଜନିକ ଉପଯୋଗୀତା ରେ କ୍ୱାଟର୧ ରେ ୮.୬ ପ୍ରତିଶତ ତୁଳନାରେ କ୍ୱାଟର୨ ରେ ୩.୬ ପ୍ରତିଶତ ବୃଦ୍ଧି ଘଟିଛି |
●କ୍ୱାଟର୧ ରେ ୫.୭ ପ୍ରତିଶତ ତୁଳନାରେ କ୍ୱାଟର୨ ଗୃହନିର୍ମାଣ କ୍ଷେତ୍ରରେ ୩.୩ ପ୍ରତିଶତ ବଢିଛି |
●କ୍ୱାଟର୧ ରେ ୭.୧ ପ୍ରତିଶତ ତୁଳନାରେ କ୍ୱାଟର୨ ଶିଳ୍ପ, ହୋଟେଲ, ପରିବହନ, ଯୋଗାଯୋଗ କ୍ଷେତ୍ରରେ ୪.୮ ପ୍ରତିଶତ ବଢିଛି |
●କ୍ୱାଟର୧ ରେ ୫.୯ ପ୍ରତିଶତ ତୁଳନାରେ କ୍ୱାଟର୨ ବିତ୍ତୀୟ ସେବା କ୍ଷେତ୍ରରେ ୫.୮ ପ୍ରତିଶତ ବଢିଛି |
●କ୍ୱାଟର୧ ରେ ୮.୫ ପ୍ରତିଶତ ତୁଳନାରେ କ୍ୱାଟର୨ ଗୃହନିର୍ମାଣ କ୍ଷେତ୍ରରେ ୧୧.୬ ପ୍ରତିଶତ ବଢିଛି |

ବ୍ୟୟ ର ପ୍ରବୃତ୍ତି:
●ଘରୋଇ ବ୍ୟବହାର, ଅନ୍ତିମ ଶେଷ ଘରୋଇ ବ୍ୟବହାର ଖର୍ଚ୍ଚ ପରିଲକ୍ଷିତ, କ୍ୱାଟର୧ ରେ ୩.୧ ପ୍ରତିଶତ ତୁଳନାରେ କ୍ୱାଟର୨ ରେ ୫ ପ୍ରତିଶତ ବୃଦ୍ଧି ଘଟିଛି |
●ନିବେଶ, ପ୍ରଭୁତି ସଫଳ ପୁଞ୍ଜିନିବେଶ ଡପରିଲକ୍ଷିତ ହୋଇଥାଏ,କ୍ୱାଟର୧ ରେ ୪ ପ୍ରତିଶତ ବୃଦ୍ଧି ତୁଳନାରେ କ୍ୱାଟର୨ ରେ ୨.୯ ପ୍ରତିଶତ ଥିଲା |
●ସରକାରୀ ଶେଷ ବ୍ୟବହାର ଖର୍ଚ୍ଚ କ୍ୱାଟର୨ ରେ ୧୫.୬ ପ୍ରତିଶତ ବଢିଛି |

Leave A Reply

Your email address will not be published.