Latest Odisha News

BREAKING NEWS

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ପ୍ରି-କ୍ୱାର୍ଟରରେ ଓଡିଶା ଭେଟିବ ପଣ୍ଡିଚେରୀକୁ

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ପ୍ରି-କ୍ୱାର୍ଟରରେ ପଣ୍ଡିଚେରୀକୁ ଭେଟିବ । ୫ ଲିଗ୍ ମ୍ୟାଚରୁ ପ୍ରଥମରୁ ଝାଡଖଣ୍ଡ ନିକଟରୁ ପରାଜିତ ହେବା ପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ୪ ମ୍ୟାଚରେ ବିଜୟୀ ହୋଇଥିଲା । ହାଇଦ୍ରାବାଦ, ତ୍ରିପୁରା, ଗୁଜରାଟ ଓ ଛତିଶଗଡକୁ ଓଡିଶା ପରାସ୍ତ କରିଥିଲା ।

ଗ୍ରୁପ ଏ ଲିଗ ଟେବୁଲରେ ୦.୭୦୪ ନେଟ ରନ ରେଟ ସହ ଦ୍ୱିତୀୟ ସ୍ଥାନରେ ରହି ଓଡିଶା ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା । ମାର୍ଚ୍ଚ ୨୮ରେ ଓଡିଶା-ପଣ୍ଡିଚେରୀ ମଧ୍ୟରେ ମୁକାବିଲା ହେବ । କ୍ୱାର୍ଟର ଫାଇନାଲ ମ୍ୟାଚ ୨୯ ମାର୍ଚ୍ଚରୁ ଆରମ୍ଭ ହେବ ।

Comments are closed.