Latest Odisha News

BREAKING NEWS

ଆଜି ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯିବ। ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ।

ସୂଚନା ଅନୁଯାୟୀ, ଆଜି ପୁଣି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ୫ ହଜାର ଟଙ୍କା। ଦ୍ବିତୀୟ କିସ୍ତିରେ ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଗତ ଗୁରୁବାର ଦିନ ୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ମିଳିଥିଲା ସହାୟତା। ଯାହାକୁ ମିଶାଇ ମୋଟ୍‌ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାରେ ପହଞ୍ଚିଛି ସୁଭଦ୍ରା ସହାୟତା।

ଅପରପକ୍ଷରେ ସରକାର ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ସୁଯୋଗ ଦେଇଛନ୍ତି। ଯାହାଫଳରେ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରିକି ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ସରକାର ଡୋର୍ ଟୁ ଡୋର୍ ସର୍ଭେ କରିବେ।

Comments are closed.