Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା, ଗିରଫ ତିନିଙ୍କ ସହ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ରେଳବାଇର କାର୍ଯ୍ୟାନୁଷ୍ଠାନ । ଆଜି ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ର ୭ ଜଣ ରେଳ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସିବିଆଇ ଗିରଫ କରିଥିବା ୩ କର୍ମଚାରୀଙ୍କ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି ।

ଏହା ପୂର୍ବରୁ ସିବିଆଇ ବାହାନଗା ଦୁର୍ଘଟଣା ମାମଲାରେ ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଗିରଫ କରି ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା । ଦ୍ୱିତୀୟ ଥର ପାଇଁ ୩ ଅଭିଯୁକ୍ତଙ୍କୁ ସିବିଆଇ ପୁଣି ୪ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୨୦୧ ଲାଗିଛି ।

ଆଜି କ୍ଷେତ୍ର ପରିଦର୍ଶନ କରିବା ପରେ ଡ୍ୟୁଟିରେ ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦକ୍ଷିଣ ପୂର୍ବ ରେଳପଥର ଜିଏମ୍‌ କହିଛନ୍ତି । ସେ କହିଛନ୍ତି, ‘ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର, ମେଣ୍ଟେନରଙ୍କ ଭୂମିକା ରହିଛି । ସମ୍ପୃକ୍ତ ରେଲୱେ ଷ୍ଟାଫ୍ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ଯାଇ ପାରିଥାନ୍ତା । ସିବିଆଇ ଓ ସିଆରଏସ୍‌ ଘଟଣାର ତଦନ୍ତ ଜାରି ରଖଥିବା ବେଳେ ରେଲୱେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜୁନ୍ ୨ରେ ବାହାନଗା ବଜାର ଷ୍ଟେସନରେ ୩ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଯେଉଁଥିରେ ଏବେ ସୁଦ୍ଧା ୨୯୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଛିଡ଼ା ହୋଇଥିବା ମାଲବାହୀକୁ କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ବଗିକୁ ବିପରୀତ ଦିଗରେ ଯାଉଥିବା ଯଶୱନ୍ତପୁର ହାୱଡ଼ା ସୁପରଫାଷ୍ଟ ଧକ୍କା ଦେଇଥିଲା ।

Leave A Reply

Your email address will not be published.