ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡିଲା ପ୍ରଥମ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାବପୂର୍ଣ୍ଣ ହୋଇ ହାତ ଯୋଡି ଉକ୍ତ ଟ୍ରେନକୁ ଦେଲେ ବିଦାୟ। ଦୁର୍ଘଟଣା ଘଟିଥିବା ଟ୍ରାକରେ ଗଡିଲା ପାସେଞ୍ଜର ଟ୍ରେନ। ଏହି ଅବସରରେ ରେଳ ମନ୍ତ୍ରୀ କହିଛନ୍ତି ଯେ ଦୁର୍ଘଟଣା ପାଇଁ ଆମେ ଦୁଃଖିତ। କିନ୍ତୁ ଏହି ଘଟଣାର ଗଭୀର ତଦନ୍ତ କରାଯିବା ସହ ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଘଟଣାସ୍ଥଳରେ ନିୟୋଜିତ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
ରବିବାର ରାତି ୧୧ ଟାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସମସ୍ତ ଟିମ୍ ତପ୍ତରତାର ସହ କାର୍ଯ୍ୟ କରି ଉଭୟ ଟ୍ରାକକୁ ପୁନଃ ସ୍ଥାପନ କରିଛନ୍ତି। ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଉଭୟ ଟ୍ରାକରେ ଟ୍ରେନ୍ ଗଡିବା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
#WATCH | Indian Railways has started running passenger trains on the tracks which were affected due to #TrainAccident in Odisha’s Balasore pic.twitter.com/E9NTCv1ieO
— ANI (@ANI) June 5, 2023
#WATCH | Balasore, Odisha: Train movement resumes in the affected section where the horrific #BalasoreTrainAccident happened that claimed 275 lives. Visuals from Bahanaga Railway station. pic.twitter.com/Onm0YqTTmZ
— ANI (@ANI) June 4, 2023
ଭୁବନେଶ୍ୱରରେ ରବିବାର ସନ୍ଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଠାରେ ସେ କହିଛନ୍ତି, ମୁଖ୍ୟ ଲାଇନରେ ମରାମତି କାର୍ଯ୍ୟ ଶେଷ ହୋଇଛି ଏବଂ ବିଦ୍ୟୁତିକରଣ କାର୍ଯ୍ୟ ଜାରି ରହିଛି। ରେଳବାଇ ଆହତ ଏବଂ ମୃତକଙ୍କ ପରିବାର ସହ ଯୋଗାଯୋଗରେ ରହିଛି। ସିବିଆଇ ଦ୍ୱାରା ଯାଞ୍ଚ କରାଯିବାକୁ ରେଳବାଇ ସୁପାରିଶ କରିଥିବା ବେଳେ ସମସ୍ତ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ମାମଲକୁ ଅଧିକ ତଦନ୍ତ ପାଇଁ ସିବିଆଇ ନିକଟରେ ହସ୍ତାନ୍ତର କରାଯିବ।
Down-line restoration complete. First train movement in section. pic.twitter.com/cXy3jUOJQ2
— Ashwini Vaishnaw (@AshwiniVaishnaw) June 4, 2023
Comments are closed.