Latest Odisha News

BREAKING NEWS

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ ।

ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା  ତାଙ୍କୁ ପମ୍ପିଂ  କରୁଛନ୍ତି ଓ ରୋଗୀ ଜଣଙ୍କୁ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ।  ହେଲେ ପାଖରେ ଥିବା ସିକ୍ୟୁରିଟି ଗାର୍ଡ  କି କର୍ମଚାରୀ ସହାୟତାର ହାତ ବଢାଉନାହାନ୍ତି । ଅସହାୟ ହୋଇ ମହିଳା ଜଣକ କାନ୍ଦୁଛନ୍ତି ।  ବିକଳ ହୋଇ ସହାୟତାର ହାତ ବଢାଇଛନ୍ତି ।  କିନ୍ତୁ କେହି ଆସୁନାହାନ୍ତି । କୋଭିଡ ପଜିଟିଭ ବାହାରିବା ପରେ ବ୍ୟକ୍ତି ଜଣକ ହଠାତ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ଜଣକ ଅନୁଗୁଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ନାଧରା ଗ୍ରାମରେ । ଗତ ଦୁଇଦିନ ତଳେ ଥଣ୍ଡା କାଶ ହେବାରୁ ସେ ତାଙ୍କ ଘରକୁ ପଳାଇ ଆସିଥିଲେ । ପରେ ସୋମବାର ଅର୍ଥାତ ୧୪ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଉଭୟ ଦମ୍ପତି କୋଭିଡ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ତେବେ ଟେଷ୍ଟ ପରେ ପତ୍ନୀଙ୍କର ନେଗେଟିଭ ଓ ତାଙ୍କର ପଜିଟିଭ ବାହାରିଥିଲା ।

ତାପରେ ସାଥିରେ ଆସିଥିବା ତାଙ୍କ ସମ୍ପର୍କୀୟ ମାନେ ଭୟରେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ତେବେ କରୋନା ପଜିଟିଭ ଶୁଣୁ ଶୁଣୁ ଡାକ୍ତରଖାନା ଆଉଟଡୋରରେ ବୁଲୁଥିବା ଏହି ୫୮ବର୍ଷୀୟ ବ୍ୟକ୍ତି ଜଣଙ୍କ ହଠାତ ଖସିପଡି ଛଟ ପଟ ହୋଇ ଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ମୃତଦେହ ପଡି ରହିଥିବା ବେଳେ ଅପରାହ୍ନ ୩ଟାରେ ସ୍ୱତନ୍ତ୍ର କର୍ମଚାରୀ ଆସି ମୃତଦେହକୁ ସ୍ୱତନ୍ତ୍ର କଟକଣା ମଧ୍ୟରେ ସ୍ତ୍ରୀଙ୍କ ଠାରୁ ନେଇଥିଲେ ।

Leave A Reply

Your email address will not be published.