Latest Odisha News

ଆସନ୍ତୁ ଜାଣିବା ବଲିଉଡର ଇଞ୍ଜିନିୟରଙ୍କ ବିଷୟରେ

ମୁମ୍ବାଇ: ୧୫ ସେପ୍ଟେମ୍ବର ବିଶ୍ୱ ଇଞ୍ଜିନିୟର ଦିବସ । ଆସନ୍ତୁ ଜାଣିବା ଅଭିନୟ ନିଶା ପାଇଁ କେଉଁ ଇଞ୍ଜିନିୟରମାନେ ସେମାନଙ୍କ ପେଶା ଛାଡି ବଲିଉଡ କଳାକାର ହୋଇ ଯାଇଥିଲେ ।
ସୁଶାନ୍ତ ସିଂ ରାଜପୁତ: ଏହି ତାଲିକାରେ ସବୁଠାରୁ ଉପରେ ରହିବେ ସୁଶାନ୍ତ ସିଂ ରାଜପୁତ । ସେ ଏବେ ଆଉ ଏହି ଦୁନିଆରେ ନାହାନ୍ତି । ସୁଶାନ୍ତ ଦିଲ୍ଲୀ ଟେକନୋଲୋଜିକାଲ ୟୁନିଭର୍ସିଟିରୁ ମେକାନିଲ ଇଞ୍ଜିନିୟରିଂ କରିଥିଲେ । ଏଆଇଇଇଇରେ ୭ମ ସ୍ଥାନ ହାସଲ କରିଥିଲେ । ଅଭିନୟ ପାଇଁ ସେ ତାଙ୍କ ଇଞ୍ଜିନିୟରିଂ କ୍ୟାରିୟରକୁ ଜଳାଞ୍ଜଳି ଦେଇଥିଲେ ।

ଆର.ମାଧବନ: ମାଧବନ ଆଇଆଇଟି ମାଡ୍ରାସରୁ ଟେକ୍ନୋଲୋକ ଇନ ମେକାନିକାଲ ଇଞ୍ଜିନିୟରିଂ କୋର୍ସ କରିଥିଲେ । ମଣିରତନଙ୍କ ଆଲାଇପୁୟୁଥେରୁ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ।
ସୋନୁ ସୁଦ: ସୋନୁ ସୁଦ ଯଶୱନ୍ତରାଓ ଚୌହ୍ୱାନ କଲେଜ ଅଫ ଇଞ୍ଜିନିୟରିଂ ନାଗପୁରରୁ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ମାତ୍ର ଏହା ପରେ ମଡେଲିଂରେ ଏବଂ ଏବେ ଫିଲ୍ମ ଦୁନିଆରେ ବାନ୍ଧି ହୋଇ ଯାଇଛନ୍ତି ।
ଭିକ୍କି କୌଶଲ: ଭିକ୍କି କୌଶଲ ମୁମ୍ବାଇର ରାଜୀବଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ମସାନ ଫିଲ୍ମ ମାଧ୍ୟରେ ବଲିଉଡରେ ପଦାର୍ପଣ କରିଥିଲେ ।
କାର୍ତିିକ ଆର୍ଯ୍ୟନ: ୨୫ ବର୍ଷୀୟ କାର୍ତିକ ଆର୍ଯ୍ୟନ ପ୍ୟାର କା ପଂଚନାମା ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିଲେ । ମୁମ୍ବାଇରେ ସେ ବାୟୋଟେକ୍ନୋଲୋଜିରେ ଇଞ୍ଜନିୟରିଂ ଡିଗ୍ରୀ ହାସଲ କରିଥିଲେ ।
ରିତେଶ ଦେଶମୁଖ: ରିତେଶ ଆର୍କିଟେକଚରାଲ ଇଞ୍ଜିନିୟରିଂରେ ବ୍ୟାଚଲୋର ଡିଗ୍ରୀ ହାସଲ କରିଥିଲେ । ଫିଲ୍ମ କ୍ୟାରିୟର ପାଇଁ ଏହାକୁ ଛାଡି ଦେଇଥିଲେ ।
କୃତି ସେନନ: କୃତି ଜେପି ନୋଏଡାରୁ ଇଲେକ୍ଟ୍ରାନିକ୍ସ ଏବଂ କମ୍ୟୁନିକେଶନରେ ଇଞ୍ଜିନିୟରିଂ କରିଥିଲେ । ହିରୋ ପନ୍ତ ଫିଲ୍ମରେ ସେ ଟାଇଗର ଶ୍ରଫଙ୍କ ସହ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ ।

ତାପସୀ ପନ୍ନୁ: ତାପସୀ ପନ୍ନୁ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଗୁରୁ ତେଗ ବାହାଦୂର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜନିୟରିଂ କରିଥିଲେ । ଚଶମେବଦୁର ଫିଲ୍ମ ମାଧ୍ୟରେ ସେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ ।
ଅମୀଷା ପଟେଲ: ବାୟୋ ଜେନେଟିକ୍ ଇଞ୍ଜିନିୟରିଂ କରିବା ପରେ ଅମୀଷା ପଟେଲଙ୍କ ମନ ଆଉ ଏଥିରେ ଲାଗି ନ ଥିଲା । ଅଭିନୟ ରୁଚି ଯୋଗୁ କହୋ ନୋ ପ୍ୟାର ମାଧ୍ୟମରେ ବଲିଉଡରେ ସଫଳ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply

Your email address will not be published.