Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ, ଏକକାଳୀନ ୭ଟି ସ୍ଥାନରେ ରେଡ

କୋରାପୁଟ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି।

କୋରାପୁଟ କୋଟପାଡ଼ ବ୍ଳକ ଆକାଉଣ୍ଟାଣ୍ଟ ପାର୍ଥସାରଥୀଙ୍କ ଘରେ ଚଢାଉ ହୋଇଛି । ବୋରିଗୁମ୍ମା ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି।

ଚଢାଉରେ ଭିଜିଲାନ୍ସ ଟିମରେ ୨ ଏଡିଡିଆଇ, ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୫ ଏଏସଆଇ ଏବଂ ଅନ୍ୟାନ୍ୟ ସପୋର୍ଟିଂ ଷ୍ଟାଫ ସାମିଲ ଅଛନ୍ତି। ତେବେ ଜୟପୁରର ସ୍ପେସିଆଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଏହି ଚଢାଉ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରେଡ ଜାରି ରହିଛି।

Comments are closed.