Latest Odisha News

BREAKING NEWS

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଧରାପଡିଲା ଚୋର

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା। ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଚୋରକୁ ଧରିଛି ନୟାପଲ୍ଲୀ ପୋଲିସ।

ଅଭିଯୁକ୍ତକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। ଆଜି ତାକୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି। ଘଟଣା ପରଠୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଚୋରକୁ ଚିହ୍ନଟ କରିଥିଲା। ତେବେ ବର୍ତ୍ତମାନ ପଚରାଉଚୁରା ଚାଲିଛି। ଆଗକୁ ଏନେଇ ଅନେକ ଗୁମର ଖୋଲିବ। ଆଜି ଅପରାହ୍ନରେ ପୁରା ଘଟଣାର ଖୁଲାସା କରିବ ପୋଲିସ ।

ସୂଚନା ଥାଉକି ଗତ ୨୫ ତାରିଖରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା। ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା। ଏହାପରେ ଚୋରକୁ ଧରିବାକୁ ଆରମ୍ଭ ହୋଇଥିଲା ଧରପଗଡ଼ । ଚୋରକୁ ଧରିବାକୁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍ ଆନ୍ଧ୍ରରେ ଡେରା ପକାଇଥିଲା ।

 

Comments are closed.