Latest Odisha News

BREAKING NEWS

କଳାହାଣ୍ଡି R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬୮ ପ୍ଲଟ୍‌

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ରହିଛି ୬୮ ପ୍ଲଟ୍‌। ୬୮ ପ୍ଲଟକୁ ମିଶାଇ ମୋଟ୍‌ ୬୫ ଏକର ଜମି ଠାବ କରିଛି ଭିଜିଲାନ୍ସ।

ଏହା ବ୍ୟତୀତ ୧୭ ଏକରରେ ୨ଟି ଫାର୍ମ ହାଉସ୍‌, ଭବାନୀପାଟଣାରେ ୪୫୦୦ ବର୍ଗଫୁଟର ଦ୍ବିମହଲା କୋଠା, ୪ଟି ବହୁତଳ ସହ ମୋଟ୍‌ ୫ କୋଠା ଠାବ ହୋଇଛି। ସେହିପରି ଯନ୍ତ୍ରୀଙ୍କର ୯ ଏକରର ଫାର୍ମ ହାଉସ୍ ସହ ୮ କ୍ୟାବିନ୍ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ରହିଛି। ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି । ଭିଜିଲାନ୍ସର ୬ ଡିଏସପି, ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ଆକାଉଣ୍ଟ, ଏଲାଆଇସି, ଜମି କାଗଜପତ୍ରକୁ ତଦନ୍ତ ଚଳାଇଛି ବିଭାଗ । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଭୁବନେଶ୍ୱର ୧୯୯୯ ମସିହା ଜୁଲାଇ ୧ରେ ଭୁବନେଶ୍ୱରରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ କୋରାପୁଟ ଆର ଏଣ୍ଡ ବି ବିଭାଜନ ସୁନାବେଡା ସେକ୍ସନରେ ନିଯୁକ୍ତି ପାଇଥିଲେ। ସେତେବେଳେ ତାଙ୍କର ଦରମା ଥିଲା ମାତ୍ର ୬ ହଜାର। ଏହାପରେ ସେ ୨୦୦୩ରୁ ୨୦୦୬ ଯାଏ ନବରଙ୍ଗପୁର ଆର ଏଣ୍ଡ ବି ଡିଭିଜନରେ କାର୍ଯ୍ୟ କରିଥିଲେ। ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ ଭୁବନେଶ୍ୱର ଭବାନୀପାଟଣା ଆର ଏଣ୍ଡ ବି ସେକ୍ସନ-୨ରେ ରହିଥିଲେ। ୨୦୧୩ରେ ସହକାରୀ ଯନ୍ତ୍ରୀ ଭାବେ ପଦନ୍ନୋତି ପାଇବା ପରେ ସେ ସହକାରୀ ଯନ୍ତ୍ରୀ (ଏଇ) ଭାବେ ୨୦୧୬ରୁ ୨୦୨୪ ଯାଏ ଧର୍ମଗଡ ଆର ଏଣ୍ଡ ବି ଉପ ବିଭାଜନରେ କାର୍ଯ୍ୟ କରିଥିଲେ। ୨୦୨୪ ମାର୍ଚ୍ଚରେ ସେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ ପଦନ୍ନୋତି ପାଇଥିଲେ। ଅପରପକ୍ଷରେ ସେ ଧର୍ମଗଡ଼ରେ କାର୍ଯ୍ୟ କରୁଥିବା ବେଳେ ୨୦୨୫ ଜାନୁଆରୀରୁ ଭବାନୀପାଟଣା ଆର ଏଣ୍ଡ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

 

Leave A Reply

Your email address will not be published.