ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କୁ ବଡ ଝଟକା ଲାଗିଛି । ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରୁ ଉପ ଅଧିନାୟକ ପଦ ହଟାଇଯିବା ସହ ଦିିନିକିଆ ସିରିଜରେ ସାମିଲ କରାଯାଇ ନାହିଁ । ଟେଷ୍ଟ ଟିମରେ ପନ୍ତଙ୍କୁ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଚୟନ କରାଯାଇଛି । ଦିନିକିଆରେ ତାଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ସାମିଲ କରାଯାଇଛି । ପନ୍ତଙ୍କୁ ବାଦ ଦେଇ ଚୟନ କମିଟି ତାଙ୍କ ସ୍ପଷ୍ଟ ମେସେଜ ଦେଇଛନ୍ତି ଯେ, ଯଦି ପ୍ରଦର୍ଶନସ୍ତରରେ ସୁଧାର ନ ହୁଏ ତେବେ ଦିିନିକିଆ ବିଶ୍ୱକପରେ ସ୍ଥାନ ପାଇବ ନାହିଁ । ଚୟନ କମିଟି ମୂଖ୍ୟ ଦିିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ଦଳ ଚୟନ କରିଛନ୍ତି । ପନ୍ତଙ୍କ ନିକଟରେ ଏବେ ୨ଟି ଶେଷ ବିକଳ୍ପ ରହିଛି ।
ଟେଷ୍ଟ କ୍ରିକେଟରେ ତାଙ୍କ ପାଇଁ ବିଶେଷ କୌଣସି ଅସୁବିଧା ନାହିଁ । ଦିନିକିଆରେ ପନ୍ତ ଯଦି ତାଙ୍କ ପ୍ରଦର୍ଶନ ସ୍ତର ସୁଧାରିବେ ତେବେ ଦିନିକିଆ ବିଶ୍ୱକପ ଦଳରେ ସ୍ଥାନ ପାଇ ପାରନ୍ତି । ଅଗରକର ଏହା କହିଛନ୍ତି ବୋଲି ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲରେ କ୍ରମାଗତ ୨ଟି ସଂସ୍କରଣରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ତାଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି ।