Latest Odisha News

BREAKING NEWS

Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଗିରଫ

ଜଗତସିଂହପୁର: ଜଗତସିଂହପୁରର ରାହାମା ବନାଞ୍ଚଳ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ ବୋଲି ସୂଚନା ରହିଛି ।

ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ସମ୍ପତ୍ତି ଉପରେ ଚଢ଼ାଉ ସମୟରେ ଦୁଇଟି ବହୁମହଲା କୋଠା, ୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୬୯ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା ଓ ୮୦.୬୮ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଓ ଡାକ ଇତ୍ୟାଦି ଜମା ଠାବ କରାଯାଇଛି ।

ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।

Leave A Reply

Your email address will not be published.