Latest Odisha News

BREAKING NEWS

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ ।

BjdElectrycity

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, କୋରାପୁଟରେ (୫୦ମିଟର), ସୁନ୍ଦରଗଡରେ (୫୦ମିଟର), ବଲାଙ୍ଗିରରେ (୭୫ମିଟର), କେନ୍ଦୁଝରରେ (୧୫୦ମିଟର)ରେ ଘନ କୁହୁଡ଼ି ଥିବା ଦେଖାଦେଇଛି । ଫୁଲବାଣୀ ଓ ଭବାନୀପାଟଣାରେ ମଧ୍ୟମ ଧରଣର (୨୦୦ମିଟର) କୁହୁଡ଼ି ରେକର୍ଡ଼ ହୋଇଛି । ସେହିପରି ଗୋପାଳପୁରରେ (୫୦୦ମିଟର), ଭୁବନେଶ୍ୱରରେ (୬୦୦ମିଟର), ଝାରସୁଗୁଡ଼ାରେ (୬୦୦ମିଟର), ସମ୍ବଲପୁରରେ (୯୦୦ ମିଟର) ଏବଂ ପାରଳାଖେମୁଣ୍ଡିରେ (୭୦୦ ମିଟର) କୁହୁଡ଼ି ହୋଇଥିବା ରିପୋର୍ଟ ହୋଇଛି ।

ସୋମବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରି ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ଥିଲା ।

Leave A Reply

Your email address will not be published.