ନୂଆଦିଲ୍ଲୀ: ଭାରତ ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟ ବିନିମୟରେ ୬୪ ରନ କରିଥିଲା । ଅଧିନାୟିକା ସୁମୈୟା ଅଖତର ୨୧ ରନ କରିଥିଲେ । ଭାରତ ପକ୍ଷରୁ ସ୍ପିନର ବୈଷ୍ଣବୀ ଶର୍ମା ୩ଟି ୱିକେଟ ନେଇଥିଲେ । ବାଂଲାଦେଶର ୭ଜଣ ଖେଳାଳି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଜବାବରେ ଭାରତ ୭.୧ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଗୋଗାଡି ତ୍ରିଷା ୪୦ ରନ କରିଥିଲେ ।
ଭାରତ ବ୍ୟତୀତ ସୁପର ସିକ୍ସ ଗ୍ରୁପ-୧ରେ ଅଷ୍ଟ୍ରେଲିଆ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଗ୍ରୁପ ୨ରେ ଆୟଲାଣ୍ଡକୁ ହରାଇ ଦକ୍ଷିଣ ଆଫ୍ରିକା ନକଆଉଟକୁ ଉନ୍ନୀତ ହୋଇଛି । ଟୁର୍ଣ୍ଣାମେଂଟରେ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଚାମ୍ପିୟନ ହେବା ପାଇଁ ଦଳକୁ ଆଉ ୨ଟି ବାଧା ଅତିକ୍ରମ କରିବାକୁ ହେବ ।
Comments are closed.