Latest Odisha News

ନଭେମ୍ବର ୨୨ରୁ ଖସିବ ପାରଦ, ବଢିବ ଥଣ୍ଡା; ପାଣିପାଗ ବିଭାଗ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୨୨ ତାରିଖରୁ ତାପମାତ୍ରା ଖସିବ । ଏହାସହ ରାଜ୍ୟରେ ଶୀତର ମାତ୍ରା ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ‌କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ୨୦ ଓ ୨୧ ତାରିଖ ଆଡ଼କୁ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ୨୦ ତାରିଖରୁ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ହ୍ରାସ ଯୋଗୁଁ ଶୀତ ଅନୁଭୂତ ହେବ।

ନଭେମ୍ବର ୨୦ରୁ ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କମିବା ଆରମ୍ଭ ହେବ। ୨୨ ତାରିଖ ଭିତରେ ୫ ଡିଗ୍ରି ବା ତା’ଠାରୁ ଆହୁରି ତଳକୁ ପାରଦ ଖସିବା ସହ ଶୀତ ବଢ଼ିବ ବୋଲି ସେ କହିଛନ୍ତି।

Comments are closed.