Latest Odisha News

BREAKING NEWS

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ରାଜ୍ୟର ଅଧିକାରୀ ଏନେଇ ଆଲୋଚନା ଜାରି ରଖିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ବାଲେଶ୍ୱର ଏଡିଏମ, ଉପ-ଜିଲ୍ଲାପାଳ, ସହକାରୀ ଉପ-ଜିଲ୍ଲାପାଳ, ଓଡିଶା ଲ୍ୟାଣ୍ଡ ରେକର୍ଡର ଅତିରିକ୍ତ ନିର୍ଦେଶକ, ଜଳେଶ୍ୱର ତହସିଲଦାର, ଓଆରଏସଏସର ୨ଜଣ ବିଶେଷଜ୍ଞ ଯୋଗ ଦେଇଛନ୍ତି ।

ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମାକୁ ନେଇ ବହୁ ବର୍ଷରୁ ବିବାଦ ଲାଗି ରହିଛି । ପଡ଼ୋଶୀ ପଶ୍ଚିମବଙ୍ଗକୁ ଛୁଇଁଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇ ବ୍ଲକର ସୀମା । ସେହିପରି ବାଲେଶ୍ୱର ଜିଲ୍ଲାକୁ ଲାଗିଛି ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନପୁର ଜିଲ୍ଲା । ଦୁଇ ଜିଲ୍ଲାର ସୀମାକୁ ନେଇ ବିଭିନ୍ନ ସମୟରେ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ଆଲୋଚନା ମାଧ୍ୟମରେ ସୀମା ସମସ୍ୟାର ସମାଧାନ ନେଇ ଆଜିର ବୈଠକରେ ବିଚାରବିମର୍ଶ ଚାଲିଛି ।

Leave A Reply

Your email address will not be published.