ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ କ୍ରିଷ୍ଣା ଓ ଫାଓର ଯୁଗ୍ମ ସଚିବ ଅଭିଜିତ ପାଲ ଅଂଶଗ୍ରହଣ କରିବାକୁ ଯାଉଥିବା ୬ଟିମର ଜର୍ସି ଉନ୍ମୋଚିତ କରିଥିଲେ ।
ଏହି ଅବସରରେ ପ୍ୟାରୀ ଖାଖା ଓ ମନୀଷ ପନ୍ନା ନିକଟରେ ସମ୍ପନ୍ନ ହୋଇଥିବା ଏଏଫସି ଏସିଆ କପ ପାଇଁ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଶୁଭେନ୍ଦୁ ପଣ୍ଡା, ସସ୍ମିତା ମଲ୍ଲିକ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ । ୬ଟି ଟିମକୁ ନେଇ ଡବଲ ଲେଗ ଫର୍ମାଟରେ ଏହି ଲିଗ ଆୟୋଜିତ ହେବ । ଏଥିରେ ଚାମ୍ପିୟନ ହୋଇଥିବା ଦଳ ଇଣ୍ଡିଆନ ମହିଳା ଲିଗ ପାଇଁ ମନୋନୀତ ହେବ ।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.