Latest Odisha News

BREAKING NEWS

ବାପା ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଥୱେଟ, ଝିଅର ନାମ ରଖିଲେ ଇଡେନ ରୋଜ

କୋଲକାତା: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ କନ୍ୟା ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଜେସିକା ଫେଲିକ୍ସ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବ୍ରାଥୱେଟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେ ତାଙ୍କ ଝିଅର ନାନ ଇଡେନ ରୋଜ ରଖିଛନ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ସେ ୪ଟି ବଲରେ ୪ଟି ଛକା ମାରି ୱେଷ୍ଟଇଣ୍ଡିଜକୁ ୨୦୧୬ ଟି୨୦ ବିଶ୍ୱକପରେ ଚାମ୍ପିୟନ କରାଇଥିଲେ । ତାଙ୍କ ପାଇଁ ଏହି ପଡିଆ ଲକି ସାବ୍ୟସ୍ତ ହୋଇଥିବାରୁ ସେ ଖୁସିରେ ଝିଅର ନାମରେ ଏହାକୁ ଯୋଡିଛନ୍ତି ।

ମୋତେ ବାପା ହେବାର ସୌଭାଗ୍ୟ ପ୍ରଦାନ କରିଥିବାରୁ ମୁଁ ଫେଲିକ୍ସଙ୍କୁ ଧନ୍ୟବାଦ ଜଣାଉଛି । ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଜଣକ ଆଗାମୀ ଆଇପିଏଲରେ ନିଲାମରେ ସାମିଲ ହେବେ । ସେ ତାଙ୍କ ବେସ ପ୍ରାଇସ ୭୫ ଲକ୍ଷ ରଖିଛନ୍ତି ।

Comments are closed, but trackbacks and pingbacks are open.