Latest Odisha News

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ : ଆଇସିକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି । ପୁରୀର ବାସିନ୍ଦା ଯୁକ୍ତ ତିନିରେ ପଢ଼ୁଥିବା ଛାତ୍ରୀ ସୁସ୍ମିତା ମହାରଣା ଏହି ନିଆରା କଳାକୃତିଟି ତିଆରି କରିଛନ୍ତି। ଏଥି ପାଇଁ  ୭ ଦିନ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସି କ୍ରିମ କାଠି ଏହି କୁନି ରଥରେ ବ୍ୟବହାର ହୋଇଛି । ସବୁଠୁ ବଡ଼ କଥା ହେଉଛି ସୁସ୍ମିତା ପ୍ରତିଦିନ ରଥ ଦେଖିବା ପାଇଁ ଆସନ୍ତି । ଦେଖି ଦେଖି ଏହି ରଥ ସେ ନିର୍ମାଣ କରିଛନ୍ତି ।

ତେବେ ଚଳିତ ବର୍ଷ ମହାମାରୀ ଯୋଗୁ ବିନା ଭକ୍ତ ରେ ରଥଯାତ୍ରା ହେଉଥିବା ବେଳେ ଆସନ୍ତା ବର୍ଷ କୁ ଏଭଳି ସ୍ଥିତି ନରହୁ ବୋଲି ସୁସ୍ମିତା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ସୁସ୍ମିତା ଆଜି ସେ ତିଆରି କରିଥିବା ରଥ ଟିକୁ ରଥ ଖଳା ନିକଟକୁ ଆଣିଥିଲେ। କଳାକୃତି ଟିକୁ ଦେଖି ଅନେକ ଲୋକ ବେଶ ପ୍ରଶଂସା କରିଛନ୍ତି।

 

 

 

 

Leave A Reply

Your email address will not be published.