Latest Odisha News

BREAKING NEWS

ନନ୍ଦନକାନନ ପ୍ରାଣୀଉଦ୍ୟାନ: ସାଥୀହରାଙ୍କ ଲାଗି ଆସିବେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ଛଅଟି ନୂଆ ସଦସ୍ୟ । ଯେଉଁଥିର ରିହିଛନ୍ତି ୨ଟି ଜିରାଫ ଓ ୨ଟି ହଳଦିଆ ଆନାକୋଣ୍ଡା । ଅନ୍ୟ ରାଜ୍ୟ ସହ ପ୍ରାଣୀ ଅଦଳ ବଦଳ ଯୋଜନା ଆଧାରରେ ନନ୍ଦନକାନନର କତ୍ତୃପକ୍ଷ ଏହି ପ୍ରାଣୀ ମାନଙ୍କୁ ଆଣୁଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମହିସୁର ପ୍ରାଣୀ ଉଦ୍ୟାନରୁ ୨ଟି ଜିରାଫ, ଚେନ୍ନାଇର ଆର୍ଗିନର ଜୁଲୋଜିକାଲ ପାର୍କରୁ ୨ଟି ହଳଦିଆ ରଙ୍ଗର ଆନାକୋଣ୍ଡା ଏବଂ ଇନ୍ଦୋରର ପ୍ରାଣୀ ଉଦ୍ୟାନରୁ ଧୂସର ରଙ୍ଗର ଗଧିଆଙ୍କୁ ନନ୍ଦନକାନନ ଅଣାଯିବ ।

ବର୍ତ୍ତମାନ ନନ୍ଦନକାନନରେ ମାତ୍ର ଗୋଟିଏ ଜିରାଫ ଅଛି ଯାହାର ନାମ ଖୁସି । ଖୁସି ଓ ତାର ସାଥି ଜୟକୁ ୨୦୧୬ ମସିହାରେ ପଶ୍ଚିମ ବଙ୍ଗଳାର ଏକ ପ୍ରାଣୀ ଉଦ୍ୟାନରୁ ଅଣା ଯାଇଥିଲା । ନନ୍ଦନକାନନ ଆସିବାର ପାଞ୍ଚ ଦିନ ପରେ ଜୟର ମୃତ୍ୟୁ ହୋଇ ଯାଇଥିଲା ।

ସେହିଭଳି ଗତବର୍ଷ ମହିସୁରର ପ୍ରାଣୀ ଉଦ୍ୟାନରୁ ଯୋଡିଏ ଧୂସର ରଙ୍ଗର ଗଧିଆ ଅଣାଯାଇଥିଲା । ଯେଉଁଥିରୁ ମାଈ ଗାଧିଆଟି ମରି ଯାଇଥିବା ବେଳେ ପୁରୁଷ ଗଧିଆଟି ଏକା ବଞ୍ଚିଛି ।

ସବୁଠାରୁ ଖୁସିର କଥାହେଲା, ପ୍ରଥମଥର ଲାଗି ହଳଦିଆ ଆନାକୋଣ୍ଡା ପ୍ରାଣୀଉଦ୍ୟାନକୁ ଆସୁଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.