Latest Odisha News

ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ଆୟୋଜକ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ କ୍ରିକେଟ୍ ୨୦୧୯ ର ଦାବୀଦାର କୁହାଯାଉଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୮ ୱିକେଟର ଏକ ସହଜସାଧ୍ୟ ବିଜୟ ହାସଲ କରି ଆୟୋଜକ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିପାରିଛି । କଙ୍ଗାରୁ ଦଳ ଧାର୍ଯ୍ୟ କରିଥିବା ୨୨୩ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୩୨.୧ ଓଭରରେ ୨ଟି ୱିକେଟ୍ ହରାଇ ଇଂଲଣ୍ଡ ୨୨୬ ରନ କରି ସେମିଫାଇନାଲ୍ ଜିତିଛି ।

ଇଂଲଣ୍ଡ ପକ୍ଷରୁ ଜାସନ ରଏ ସର୍ବାଧିକ ୮୫ ରନ, ଜୋଏ ରୁଟ୍ ୪୯, ମୋରଗାନ ୪୬ ରନ ଏବଂ ବେୟାରଷ୍ଟୋ ୩୪ ରନ କରିଥିଲେ । ଇଂଲିଶ୍ ବୋଲର୍ କ୍ରିସ ୱକ୍ସଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

ଆସନ୍ତା ୧୪ ତାରିଖରେ ଲର୍ଡ଼ଠାରେ ହେବାକୁ ଥିବା ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତକୁ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ ।

Leave A Reply

Your email address will not be published.