Latest Odisha News

BREAKING NEWS

[ଭିଡ଼ିଓ]ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି କମ୍ ରହିଛି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ରହିଛି । ସନ୍ଦୀଗ୍ଧ ସକ୍ରମିତଙ୍କ ଟ୍ରାକିଂ ନିୟମିତ କରାଯାଉଛି । ଧାର୍ଯ୍ୟ ଲକ୍ଷ ଅନୁସାରେ ରାଜ୍ୟରେ ଟେଷ୍ଟିଂ କରାଯାଉଛି । ବର୍ଷା କାରଣରୁ କିଛି ପରିମାଣରେ ଟେଷ୍ଟିଂ କମିଛି ।

ନଭେମ୍ବର ମାସରେ ପଜିଟିଭଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ୦.୪ ପ୍ରତିଶତ ରହିଛି । ପ୍ରତି ଲକ୍ଷଙ୍କର କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ଲକ୍ଷଙ୍କର ହାରାହାରି ୨୬୮୫ ରହିଥିବାବେଳେ ଓଡ଼ିଶାରେ ୪୫୪୨ ଅଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ୧.୩ପ୍ରତିଶତ ରାଜ୍ୟରେ ୦.୮ ପ୍ରତିଶତ ରହିଛି । ଗତକାଲି ଓଡ଼ିଶାର ୬ଟି ଜିଲ୍ଲା ଢ଼େଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ୍ ଲୋଡ଼ ଅଧିକ ରହିଛି ।

ଟ୍ରେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଥିବା ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ୬ଜିଲ୍ଲାରେ କୋଭିଡ଼ ପରୀକ୍ଷା ଠିକ୍ ଭାବେ କରାଯାଉନଥିବା ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

Leave A Reply

Your email address will not be published.