Latest Odisha News

ଆଇଏମଡିର ନୂତନ ଡିଜି ଭାବେ ଦାୟିତ୍ୱ ନେଲେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ ରୋକିବା ଦିଗରେ ଆଶାତିତ ସଫଳତା ପାଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତିତ ନିକଟ ଅତୀତରେ ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ଫନି ସର୍ମ୍ପକୀତ ତାଙ୍କର ଉଲ୍ଲେଖନୀୟ ପଦକ୍ଷେପ ତଥା ଆକଳନ ଲାଗି ତାଙ୍କୁ ସବୁଆଡୁ ପ୍ରଶଂସା ମିଳିଥିଲା । ତେଣୁ ଶ୍ରୀଯୁକ୍ତ ମହାପାତ୍ର ‘ସାଇକ୍ଲୋନ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ମଧ୍ୟ ବେଶ୍ ଜଣାଶୁଣା ।

ଭଦ୍ରକର ମୃତ୍ୟୁଞ୍ଜୟ ମହାପାତ୍ର ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେସଙ୍ଗେ ଆସନ୍ତା ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

Comments are closed.