ଭୁବନେଶ୍ବର: ଚଳିତବର୍ଷ ଫେବୃଆରୀ ମାସରେ ଓଡ଼ିଶା ୫୧୩୫.୮୧ କୋଟି ଟଙ୍କା ମୋଟ ଜିଏସଟି ଆଦାୟ କରିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି । ଚଳିତ ଆାର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟିକୁ ସଂଗ୍ରହ ପରିମାଣକୁ ବିଚାରକୁ ନେଲେ କୁହାଯିବ କି ଗତ ଆର୍ଥିକ ବର୍ଷ ତୁଳନାରେ ୧୧.୦୭ ପ୍ରତିଶତ ଅଭିବୃଦ୍ଧି ସହ ୪୯୬୩୮.୬୪ କୋଟି ଟଙ୍କା ସଂଗୃହୀତ ହୋଇଛି । ସେହିପରି ରାଜ୍ୟ ଜିଏସଟି ଓ ସମନ୍ବୟ ଜିଏସଟି ଫଇସଲା ବାବଦକୁ ଚଳିତ ବର୍ଷ ଫେବୃଆରୀ ମାସରେ ଓଡ଼ିଶା ୨୨୯୫.୪୧ କୋଟି ଟଙ୍କା ପାଇଥିବା ବେଳେ ଗତବର୍ଷ ଫେବୃଆାରୀ ମାସରେ ରାଜ୍ୟ ସଂଗ୍ରହ କରିଥିଲା ୧୬୭୩.୯୬ କୋଟ ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୭.୧୨ ପ୍ରତିଶତ । ଚଳତି ଆର୍ଥକି ବର୍ଷ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜଏିସଟି ଓ ସମନ୍ବିତି ଜଏିସଟି ବାବଦକୁ ହୋଇଥିବା ସଂଗ୍ରହ ପରିମାଣ ୨୧୮୪୬.୫୫ କୋଟି ଟଙ୍କା ରହିଥିବ ବେଳେ ଗତ ଆର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ଏହି ସଂଗ୍ରହ ରାଶିଥିଲା ୧୬୭୧୦.୩୪ କୋଟି ଟଙ୍କା । ଫଳରେ ଏ ବାବଦରେ ୩୦.୭୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇପାରିଛି ।ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରେଟ ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା ରାଜ୍ୟ ଜିଏସଟି/ସମନ୍ବିତ ଜିଏସଟି ଫଇସଲା । ଭାଟ ବୃତ୍ତଗିତ କର ଆଦିକୁ ଯଦି ବିଚାରକୁ ନିଆଯାଏ, ତେବେ ଦେଖାଯିବଯେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସରେ ଏ ସମସ୍ତ ଟିକସ ବ୍ୟବସ୍ଥା ଅଧିନରେ ୩୪୭୦.୭୫ କୋଟି ଟଙ୍କା ସଂଗୃହୀତ ହୋଇଛି ।
BREAKING NEWS
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
Comments are closed.