Latest Odisha News

BREAKING NEWS

ଗୁଗୁଲ ହଟାଇଲା ଭାରତ ମାଟ୍ରିମୋନି, ଜୀବନସାଥୀ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ବୈବାହିକ ପ୍ଲାଟଫର୍ମ ଭାରତ ମାଟ୍ରିମୋନି ଏବଂ ଜୀବନସାଥି ଆପ୍ ସମେତ ୧୦ଟି ଭାରତୀୟ କମ୍ପାନିରୁ ଗୁଗୁଲ୍ ଆପ୍ଲିକେସନ୍ ହଟାଇବା ଆରମ୍ଭ କରିଛି। ସର୍ଭିସ ଫି’ ପୈଠକୁ ନେଇ ଚାଲିଥିବା ମତଭେଦ ଯୋଗୁଁ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ସହ ବିବାଦ ସୃଷ୍ଟି ହେବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନେକ ଭାରତୀୟ କମ୍ପାନୀ ଗୁଗଲକୁ ଇନ୍-ଆପ୍ ପେମେଣ୍ଟ୍ ଉପରେ ୧୧% ରୁ ୨୬% ଶୁଳ୍କ ଲଗାଇବା ଉପରେ ରୋକ ଲଗାଇବାକୁ ଚେଷ୍ଟା କରୁଛନ୍ତି। ଭାରତର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ଗୁଗୁଲକୁ ୧୫%ରୁ ୩୦% ଚାର୍ଜ କରିବାର ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହିପରି ଏକ ପଦକ୍ଷେପ ନେଇଛି ଗୁଗୁଲ। ତେବେ ଜାନୁଆରୀ ଓ ଫେବୃଆରିରେ ସୁପ୍ରିମ୍ କୋର୍ଟଙ୍କ ଗୋଟିଏ ରାୟ ସମେତ ଦୁଇଟି ଅଦାଲତଙ୍କ ରାୟ ଷ୍ଟାର୍ଟଅପ୍ ଗୁଡ଼ିକୁ କୌଣସି ଆଶ୍ୱସ୍ତି ଦେଇନଥିଲା ଏବଂ ଗୁଗୁଲକୁ ଫି’ ଆଦାୟ କରିବାକୁ କିମ୍ବା ଆପ୍ଗୁଡ଼ିକୁ ହଟାଇବାକୁ ପ୍ରୋତ୍ସାହିତ କରିଥିଲା।

ପ୍ଲେ ଷ୍ଟୋର ନୀତି ଉଲ୍ଲଂଘନ ଅଭିଯୋଗ କରି ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ଅନେକ ଭାରତୀୟ ଷ୍ଟାର୍ଟଅପକୁ ନୋଟିସ୍ ଜାରି କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଭାରତ ମାଟ୍ରିମୋନି ଆପ୍ ପରିଚାଳନା କରୁଥିବା Matrimony.com ଏବଂ ଜୀବନସାଥି ଆପ୍  ଅନ୍ତର୍ଭୁକ୍ତ। Matrimony.com ପ୍ରତିଷ୍ଠାତା ମୁରୁଗାଭେଲ ଜାନକୀରମଣ କହିଛନ୍ତି ଯେ ଶୁକ୍ରବାର ସେମାନଙ୍କ ଡେଟିଂ ଆପ୍ ଭାରତ ବିବାହ, ଖ୍ରୀଷ୍ଟିଆନ ବିବାହ, ମୁସଲମାନ ବିବାହ ଏବଂ ହଟାଇ ଦିଆଯାଇଛି। ଗୋଟିଏ ପରେ ଗୋଟିଏ ଆମ ଆପ୍ ଡିଲିଟ୍ ହେବାରେ ଲାଗିଛି। ଭାରତୀୟ ଇଣ୍ଟରନେଟ୍ ପାଇଁ ଏହା ଏକ କଳା ଦିନ ବୋଲି ଜାନକୀରମଣ କହିଛନ୍ତି। ଇନଫୋ ଏଜ୍ ର ପ୍ରତିଷ୍ଠାତା ସଞ୍ଜୀବ ବିଖଚନ୍ଦାନୀ କହିଛନ୍ତି ଯେ କମ୍ପାନୀ ଗୁଗଲର ସମସ୍ତ ବକେୟା ଦେୟକୁ ତୁରନ୍ତ ସମାଧାନ କରିଛି ଏବଂ ଏହାର ନୀତିକୁ ପାଳନ କରୁଛି । ଗୁଗୁଲ୍ ଏକ ବ୍ଲଗ୍ ପୋଷ୍ଟରେ ଉଲ୍ଲେଖ କରିଛି ଯେ ୧୦ଟି ଭାରତୀୟ କମ୍ପାନି ଗୁଗୁଲ୍ ପ୍ଲେରେ ମିଳୁଥିବା ବିପୁଳ ମୂଲ୍ୟ ପାଇଁ ଦୀର୍ଘ ସମୟ ଧରି ଦେୟ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଗୁଲର ଏହି ପଦକ୍ଷେପ ପରେ Matrimony.com ଓ ଇନଫୋ ଏଜର ସେୟାର ଯଥାକ୍ରମେ ୨.୭% ଓ ୧.୫% ହ୍ରାସ ପାଇଛି।

Leave A Reply

Your email address will not be published.