ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେବା ସହ ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ।
Congratulations India !!! Dr. Mrutyunjay Mohapatra has won the election for the position of Third Vice President of WMO. A resounding victory. Received 113 votes (out of 148). pic.twitter.com/H3Y3F2dAYs
— India Meteorological Department (@Indiametdept) June 1, 2023
ଉପାଧ୍ୟକ୍ଷ ପଦ ପାଇଁ ଭୋଟ୍ ହୋଇଥିଲା । ୧୪୮ ଭୋଟରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଥିଲା ୧୧୩ ଖଣ୍ଡ ଭୋଟ୍ । ମୃତ୍ୟୁଞ୍ଜୟ ମହାପାତ୍ର ଏହି ପଦରେ ୨୦୨୩ରୁ ୨୦୨୭ ମସିହା ଯାଏ ରହିବେ । ପାଣିପାଗ ହେଉ ଅବା ବାତ୍ୟା ଆକଳନ କ୍ଷେତ୍ରରେ ମୃତ୍ୟୁଞ୍ଜୟ ମହାପାତ୍ର ଭାରତ କାହିଁକି ଏସିଆ ମହାଦେଶରେ ଜଣେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।
Mrutyunjay Mohapatra, director of @Indiametdept has been elected Third Vice-President of WMO at #MeteoWorld.
We congratulate all the new office holders. pic.twitter.com/XqHVuOrJN8— World Meteorological Organization (@WMO) June 1, 2023
ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏବେ ସେ ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିଶ୍ୱ ସ୍ତରରେ ପ୍ରତିଟି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛି ।
Comments are closed.