Latest Odisha News

BREAKING NEWS

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର କ୍ୟାମ୍ପସରେ ଭୌଗଳିକ କର୍ମଶାଳା

ଭୁବନେଶ୍ୱର: ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣୀ କ୍ୟାମ୍ପସ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାକୁ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ ଓ ଡିନ୍ ଡକ୍ଟର ସୁଜତା ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ ।

ପ୍ୟାନ୍ ଇଣ୍ଡିଆର କର୍ମକର୍ତ୍ତା ଉମେଶ କୁମାର ଓ ଭି. ଶର୍ମା ସହଯୋଗିତାରେ କର୍ମଶାଳା ପରିଚାଳନା ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ପ୍ରଫେସର ଡକ୍ଟର ଆଶିଷ କୁମାର ପାଢ଼ୀ ଏଥିରେ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଭୁବନେଶ୍ୱର କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡକ୍ଟର କମଲ କୁମାର ବାରିକ ଛାତ୍ରଛାତ୍ରୀମାନଙ୍କୁ ସାମ୍ପ୍ରତିକ ଅତ୍ୟାଧୁନିକ ସର୍ଭେ ଜ୍ଞାନକୌଶଳର ଉପଯୋଗିତା ବିଷୟରେ ବିସ୍ତୃତ ଭାବରେ ବାଖ୍ୟା କରିଥିଲେ । ସ୍ମାର୍ଟ ଏବଂ ସବୁଜ ଭାରତର ଆଗମନ ସମୟରେ ଜିଓସ୍ପାସିଆଲ୍ ଡୋମେନରେ ଉନ୍ନତ ଯୋଜନା ଏବଂ ପରିଚାଳନା ପାଇଁ ପୁରାତନ, ସମୟ ସାପେକ୍ଷ ଏବଂ ସ୍ୱଳ୍ପ ସଠିକତା ସର୍ବେକ୍ଷଣ ପ୍ରଣାଳୀକୁ ବଦଳାଇ ଅତ୍ୟାଧୁନିକ ସର୍ବେକ୍ଷଣ ଟେକ୍ନୋଲୋଜି ଯଥା ଟୋଟାଲ୍ ଷ୍ଟେସନ୍, ଜିପିଏସ୍/ଜିଏନ୍ଏସ୍ଏସ୍, ଡ୍ରୋନ୍ ଏବଂ ଲିଡାରର ବ୍ୟବହାର ଆବଶ୍ୟକତା ବିଷୟରେ ମତ ରଖିଥିଲେ ।

କର୍ମଶାଳାରେ ଉଭୟ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ପାରଳାଖେମୁଣ୍ଡି କ୍ୟାମ୍ପସର ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡକ୍ଟର ପ୍ରଫୁଲ୍ଲ କୁମାର ପଣ୍ଡା କର୍ମଶାଳାରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.