Latest Odisha News

ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର : ପରଲୋକରେ କେନ୍ଦ୍ର ସାହିତ୍ୟ  ଏକାଡେମି ପୁରସ୍କାର ପ୍ରାପ୍ତି କବି ପ୍ରମୋଦ କୁମାର ମହାନ୍ତି । ୮୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ୨୦୦୮ ମସିହାରେ ‘ଅସରନ୍ତି ଅଣସର’ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି କବିତା ପରବର୍ତ୍ତୀ ସମୟରେ ମେରୀ ମହାନ୍ତିଙ୍କ ଦ୍ୱାରା ‘ଏଣ୍ଡଲେସ ଆର୍ଡନମେଣ୍ଟ’ ଇଂରାଜୀ ଭାଷାରେ ଅନୁଦିତ ହୋଇଥିଲା ।

ତାଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମୀତି ପକ୍ଷରୁ ୬୩ତମ ବିଷୁବ ପୁରସ୍କାର ମିଳିଥିଲା । ୧୯୪୨ ମସିହା ଜାନୁଆରୀ କଟକ ଜଗତସିଂହପୁର ବିରିଡି ଗାଁରେ ଜନ୍ମ ଗ୍ରହଣ କରିଥିଲେ ପ୍ରମୋଦ । ରେଭେନ୍ସା କଲେଜରେ ପାଠ ପଢିଥିଲେ ସେ ।

ପ୍ରମୋଦଙ୍କର ପ୍ରାୟ ୧୧ଟି ସଙ୍କଳନ ପ୍ରକାଶିତ ହୋଇଛି । ସେସବୁୂ ହେଉଛି କ୍ରମଶଃ, ଆକାତ କାତ,ଚିତ୍ରନଦୀ, ଅଲଗା କୁହ , ଅକ୍ଷୟ ସେବା ଓ ଅନ୍ୟାନ୍ୟ । ଖୁବ୍ କମ ବୟସରୁ ପ୍ରମୋଦଙ୍କ ବହି ଲେଖିବା ପ୍ରତି ଗଭୀର ଆଗ୍ରହ ଥିଲା । ଅତି ସରଳ ଭାଷାରେ ସେ ବହି ଲେଖି ସମସ୍ତଙ୍କ ମନକୁ ଛୁଇଁ ପାରିଥିଲେ କବି ପ୍ରମୋଦ କୁମାର ମହାନ୍ତି ।

Comments are closed.