Latest Odisha News

BREAKING NEWS

ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ଇଣ୍ଡିଆବୁକ୍ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଲେ ଅଢେଇ ବର୍ଷର ଶିଶୁ ପ୍ରିୟାଂଶୁ

ଭୁବନେଶ୍ୱର: ବୟସ ମାତ୍ର ୨ ବର୍ଷ ଚାରି ମାସ। ଅବିଶ୍ୱସନୀୟ ସ୍ମରଣ ଶକ୍ତି। ମନେ ରଖିଛନ୍ତି ଇଂରାଜୀର ଅକ୍ଷର, ୮ ପୂଜନୀୟ ସ୍ଥାନ, ମାନବଶରୀର ଅଙ୍ଗପ୍ରତ୍ୟଙ୍ଗ,  ପର୍ବପର୍ବାରଣୀ ପଶୁପକ୍ଷୀ ଏମିତି ଅନେ କଥା। ଏତେ କମ୍ ବୟସରେ ଏତେ ସବୁ ମନେ ରଖି ସମସ୍ତଙ୍କୁ ବିସ୍ମୟ କରିଥିବା ବାଳକ ପ୍ରିୟାଂଶୁ ବେହେରା ଏବେ ଚର୍ଚ୍ଚାରେ। ତାଙ୍କର ଏହି ସ୍ମରଣ ଶକ୍ତି ପାଇଁ ତାଙ୍କୁ ଇଣ୍ଡିଆବୁକ୍ ଅଫ୍‌ ରେକର୍ଡ୍ସସରେ ସ୍ଥାନ ମିଳିଛି।

୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ଭୁବନେଶ୍ୱରର ପ୍ରିୟାଂଶୁ ବେହେରା। ତାଙ୍କର ଅବିଶ୍ୱସନୀୟ ସ୍ମରଣଶକ୍ତି ଓ ବୌଦ୍ଧିକ ବିକାଶର ଅଧିକାରୀ ହୋଇ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ-୨୦୨୨ରେ ସ୍ଥାନ ପାଇଛନ୍ତି। ପ୍ରିୟାଂଶୁଙ୍କ ପ୍ରୟାସକୁ ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ଦିଆଯିବା ମିଳିବା ପ୍ରମାଣପତ୍ର ବି ମିଳିଛି।

ପ୍ରିୟାଂଶୁଙ୍କ ଚମତ୍କାର ହେଲା ସେ ଖୁବ୍ କମ ବୟସରେ ସମସ୍ତ ଇଂରାଜୀ ଅକ୍ଷରକୁ ଶବ୍ଦରେ ଚିହ୍ନଟ କରିବା ସହ ମାନବ ଶରୀରର ୧୭ ଟି ଅଙ୍ଗ, ଦେଶର ୧୧ଟି ପର୍ବ, ୮ଟି ପୂଜା ସ୍ଥଳୀ,  ୬୮ ପଶୁ, ୨୫ ପକ୍ଷୀ, ୮ ହେଲପ୍‌ର, ୨୩ ଫଳ, ୨୭ ପରିବା, ୨୩ ଫୁଲ, ୨୨ ଯାନବାହାନ ଓ ୧୪ ମହାନ ନେତାଙ୍କ ନାମକୁ ମନେ ରଖି କହିଥିଲେ। କେବଳ ସେତିକି ନୁହେଁ ୮ଟି ଶବ୍ଦର ବିପରୀତ ଅର୍ଥ ମନେ ପକାଇବା ସହିତ ୧୬ଟି ଜାତୀୟ ପ୍ରତୀକ, ୨୮ ଭାରତୀୟ ରାଜ୍ୟର ନାମ, ୬ ଋତୁ ଓ ୫ଟି ରାଇମ୍‌ ଗାଇବା, ସହ ୪ ମନ୍ତ୍ର ମୁଖସ୍ତ କରିଥିବାରୁ ପ୍ରିୟାଂଶୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ପ୍ରିୟାଂଶୁ ବେହେରା ବାପାମା ପ୍ରଦୀପ ଓ ଶ୍ରଦ୍ଧାଞ୍ଜଳି ସହ ଭୁବନେଶ୍ୱର ଏରୋଡ୍ରମ୍‌ ଅଞ୍ଚଳରେ ରୁହନ୍ତି। ୨୦୨୩ ଜାନୁଆରି ୧୯ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ମେଲ୍ କରି ପୁଅ ଏହି ରେକର୍ଡରେ ସ୍ଥାନ ପାଇଛି ବୋଲି ସ୍ପଷ୍ଟ କରାଯାଇଥିବା ପ୍ରିୟାଂଶୁଙ୍କ ବାପା ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।ତେବେ ପ୍ରିୟାଂଶୁ ତାଙ୍କ ମାଉସୀ ଝିଅ ଉଉଣୀଙ୍କ ଅନୁରୂପ ରେକର୍ଡ ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି ସଫଳତା ପାଇଥିବା ପ୍ରଦୀପ କହିଛନ୍ତି।

Leave A Reply

Your email address will not be published.