Latest Odisha News

BREAKING NEWS

ଆଶ୍ଚର୍ଯ୍ୟ ! ୧୩ ମାସରେ ୨ ଥର ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ୱାଶିଂଟନ: ଏ ପୃଥିବୀରେ ଏମିତି ଚମକ୍ତାର ଜିନିଷ ଘଟେ ଯାହା ଦେଖିଲେ ବିଶ୍ୱାସ କରି ହୁଏନି । ମଣିଷ କଥା ଛାଡ, ବିଜ୍ଞାନ ବି ଏଠି ଫେଲ ମାରେ । ଏମିିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜଣେ ମହିଳା ୧୩ ମାସ ଭିତରେ ୨ ଥର ଯାଆଁଳା ଶିଶୁ ଜନ୍ମ ଦେଇ ସମସ୍ତଙ୍କୁ ଚମକେଇ ଦେଇଥିଲେ । ଏପରି ଘଟଣାରେ ଡାକ୍ତର ବି ସ୍ତମ୍ଭୀଭୂତ । ଡାକ୍ତରୀ ଭାଷାରେ ଏହାକୁ ମୋମୋ ଟୁଇନ୍ସ ବୋଲି କୁହାଯାଏ ।

ଖବର ଅନୁଯାୟୀ, ଫ୍ରେଙ୍କି ଅଲବା ନାମ୍ନୀ ଜଣେ ମହିଳା ଲଗାତାର ଦୁଇ ଦୁଇଥର ଯମଜ ସନ୍ତାନ ପ୍ରସବ ଦେଇ ସମସ୍ତଙ୍କୁ ଚକିତ କରି ଦେଇନ୍ତି । ପ୍ରଥମେ ସେ ୨୦୨୧ରେ ଯମଜ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଦୁଇସନ୍ତାନଙ୍କ ନାଁ ଲେବି ଏବଂ ଲୁକା । ୨୦୨୨ରେ ଏହି ବ୍ରିଟେନ ମହିଳା ଜଣକ ପୁଣି ଥରେ ଲିଡିଆ ଓ ଲିଲି ନାମରେ ଦୁଇ ଯମନ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ପ୍ରକ୍ରିୟାକୁ ମୋନୋଏମ୍ନିୟୋଟିକ ମୋନୋକୋରିୟୋନିକ ଯମଜ ବା ମୋମୋ ଟୁଇନସ ବୋଲି କହିଥାନ୍ତି । ୩୫ ହଜାରରୁ ୬୦ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏପରି ହୋଇଥାଏ ।

ଆଲବାମା ୟୁନିଭର୍ସିଟିର ଏକ ରିପୋର୍ଟ ଅନୁଯାୟୀ, ମୋମୋ ଟୁଇନ୍ସ ଏମିତି ଏକ ସ୍ଥିତି ଯେଉଁଥିରେ ଗର୍ଭରେ ଗୋଟିଏ ପ୍ଲାସେଣ୍ଟା ଏବଂ ଗୋଟିଏ ଅମିଟୋଟିକ ଥଳି ଥାଏ । ଏହିପରି ଗର୍ଭବସ୍ଥାରେ ଗର୍ଭପାତର ଆଶଙ୍କା ଥାଏ । ଯଦି ଗର୍ଭପାତ ନ ହୁଏ ତେବେ ଡେଲିଭରି ସମୟରେ ପିଲାଙ୍କର ବଞ୍ଚିବା ଆଶା ଖୁବ କମ ଥାଏ । ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହିଳାଜଣକ ଡାକ୍ତରଖାନାରେ ପ୍ରାୟ ୫୦ ଦିନ ରହିଥିଲେ ।

ସେ କହିଛନ୍ତି, ଏହି ସମୟ ଖୁବ ବିପଜ୍ଜନକ ଥିଲା । ମୋ ପାଇଁ ଏବଂ ମୋ ପିଲାଙ୍କ ଜୀବନ ଏକ ପ୍ରକାର ବିପଦରେ ପଡି ଯାଇଥିଲା । ତେବେ ସ୍ୱାମୀ ଏବଂ ପରିବାର ଲୋକଙ୍କ ପାଇଁ ସାହାଯ୍ୟ, ସହାୟତା ଏବଂ ଆଶ୍ୱାସନା ଯୋଗୁ ସବୁକିଛି ଠିକ ହୋଇ ଯାଇଥିଲା ।

ଏକ ଡାକ୍ତରୀଟିମ ଜମଜ ସନ୍ତାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି ।

Leave A Reply

Your email address will not be published.