Latest Odisha News

BREAKING NEWS

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ମୁଣ୍ଡଫଟା ଖରା ସାଙ୍ଗ କୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ।ସାଧାରଣ ଲୋକ ଘରୁ ବାହାରୁ ନଥିବା ବେଳେ ଯିଏ ବି ଜରୁରୀ କାମ ପାଇଁ ବାହାରକୁ ବାହାରୁଛି ଗ୍ରୀଷ୍ମ ପ୍ରବାହର ସାମନା କରୁଛନ୍ତି । ଏପ୍ରିଲ ମାସ ଅଧା ନ ହେଉଣୁ ଗ୍ରିଷ୍ମପ୍ରବାହ ଓ ପ୍ରଚଣ୍ଡ ଖରା ଯୋଗୁଁ ସହରର ରାସ୍ତା ଘାଟ ଶୁନଶାନ ହୋଇପଡିଛି ।

ଜରୁରୀ କାମ ପାଇଁ ବାଧ୍ୟହୋଇ ବାହାରକୁ ବାହାରୁ ଥିବା ଲୋକ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୧ଟାରୁ ସଞ୍ଜ ୬ଟା ଯାଏଁ ଲୋକ ଆଉ ଘରୁବାହାରୁ ନ ଥିବା ବେଳେ ଅସହ୍ୟ ଗୁଳୁଗୁଳି ରେ ଘରେ ରହିବା ବି କଷ୍ଟକର ହୋଇପଡିଛି ।

ବାଧ୍ୟହୋଇ କାମରେ ବାହାରୁଥିବା ଲୋକେ ମୁଣ୍ଡରେ ପାଣିଗାମୁଛା , ଛତା, ଚଷମା ଓ ଟୋପି ଆଦି ବ୍ୟବହାର କରୁଛନ୍ତି । ମୁଣ୍ଡଫଟା ଖରା ଓ ତାତିରୁ ରକ୍ଷା ପାଇବାକୁ ଲୋକେ ଆଶ୍ରୟ ନେଉଛନ୍ତି ଗଛତଳେ ।ବ୍ୟାପକ ଗଛକଟା ସାଙ୍ଗକୁ କଂକ୍ରିଟ ରାସ୍ତାଘାଟ ପାଇଁ ଖରାଦିନ ଆରମ୍ଭରୁ ତତଲା କଢେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲାର ଉଭୟ ପାଶ୍ୱର୍ର ରହିଛି ମହାନଦୀ ଓ ତେଲନଦୀ ।

ତେବେ ଖରାର ପ୍ରକୋପରେ ଏହି ନଦୀମାନେ ମଧ୍ୟ ଶୁଖିବାକୁ ବସିଥିବା ବେଳେ ନଦୀମାନଙ୍କର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାର ଉତପ୍ତ ବାଲି ଓ ପଥରର ତାପ ସହରର ତାପମାତ୍ରାକୁ ଆହୁରି ବଢେଇ ଚାଲିଛି । ପ୍ରବଳ ଖରାରେ ଲୋକଙ୍କ ପାଇଁ ପିଇବା ପାଣି ଜରୁରୀ ହୋଇଥିବା ବେଳେ ସ୍ଥାନୀୟ ପୌରପରିଷଦ ପକ୍ଷରୁ କରାଯାଇଥିବା ଅମୃତଧାରାଗୁଡିକ ଠିକ୍ ଭାବରେ କାମ କରୁନାହିଁ ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.