ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୯
କେବେ କେମିତି ଦେଲେ ଲେଖି
ଭାଷାକୁ ହୁଏନାହିଁ ଟେକି
ପ୍ରତିଦିନ କରିବା କାମ
ସକାଶେ ଅଲୋଡ଼ା ବିଶ୍ରାମ
ସରସ୍ବତୀଂକ ଆରାଧନା
ହୁଏନି ପଢ଼ାଲେଖା ବିନା
ଏହା ତ ଅତି ଜଣାଶୁଣା
ସଂଭବ ନୁହେ ବୁଝାମଣା
ନିତ୍ୟ ଲିଖନ, ଶୁଦ୍ଧ ସତ୍ୟ
ପ୍ରତି ରହିଲେ ଆନୁଗତ୍ୟ
ପ୍ରତିଭା ହୁଏ ବିକଶିତ
ଭାଷା ବି ଅଧିକ ଉନ୍ନତ
ତୁଚ୍ଛତା କରିଲେ ବର୍ଜନ
ସୁସ୍ଥ ଓ ଶାଂତ ରହେ ମନ
ନିଷ୍ଫଳ କଥାରେ ସଂପୃକ୍ତି
କରେ ବ୍ୟକ୍ତିର ଖୁବ୍ କ୍ଷତି
ଯେ ହୁଏ ସତେ ଭାଷାଲଗ୍ନ
ତାହାର କଥନ, ଲିଖନ
ଆପଣା ଛାଏଁ ପରିଚ୍ଛନ୍ନ
ହେବାର ରହିଛି ପ୍ରମାଣ
ବ୍ୟକ୍ତିର ସ୍ପଷ୍ଟ ମନୋବୃତ୍ତି
ଯୋଗୁଁ ସାହିତ୍ୟ ଭାଷାକୃତି
ନିଶ୍ଚୟ ହୁଅଇ ସଂଭବ
ଏ ସତ୍ୟ କରୁଁ ଅନୁଭବ
ଅନ୍ୟାନ୍ୟ ବିଷୟରେ ଜ୍ଞାନ
ଭାଷା ମାଧ୍ୟମେ ଆହରଣ
କରିବା ହୋଇଲେ ସହଜ
ହିତ ପାଇବ ଏ ସମାଜ
ଭାଷା ଜଡ଼ିତ ଜନଗଣ
କରିଲେ ଆଳସ୍ୟ ବର୍ଜନ
ବଂଚାଇ ପାରଂତି ସ୍ବଭାଷା
ଦୃଢ଼ କରଂତି ନିଜ ଆଶା
ଆମର ଅଳସୁଆପଣ
ହେତୁ ସ୍ବଭାଷାର ପତନ
ଘଟିଚାଲିଛି ନିରଂତର
ମିଳୁନି କିଛି ପ୍ରତିକାର
ସର୍ବଦା କୃପା ଓ କରୁଣା
ଭିକ୍ଷୁକ ହୁଏ ବାଟବଣା
ଅଂତରୁ ବାହାରେ ପ୍ରେରଣା
ଏହା ତ ନୁହଇ ଅଜଣା
ଏପରି ପ୍ରେରଣାର ବଳେ
ଭାଷା ସାହିତ୍ୟ ଏଠି ଚଳେ
Comments are closed.