Latest Odisha News

BREAKING NEWS

ଭାଷା ଭାଗବତ : କବିତା ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପୂର୍ବାପର ସଂପୃକ୍ତ ଚିଂତା
ସ୍ନିଗ୍‌ଧ ଶବ୍ଦରେ ହେଲେ ଗୁଂଥା
ତହିଁର ପ୍ରବହମାନତା
ସଂସାରେ ବୋଲାଏ କବିତା

ଏହାର ବହୁ ବ୍ୟତିକ୍ରମ
ଶୁଭିଲେ ସୁଦ୍ଧା ମନୋରମ
ନ ଥିଲେ ଅନନ୍ୟ ଭାବନା
କବିତା ରୂପେ ନୁହେ ଗଣା

ଶବ୍ଦରେ କଲେ ଅର୍ଥନ୍ୟାସ
ବିବିଧ ଭାବର ପ୍ରକାଶ
ସାହିତ୍ଯ ନାମରେ ଗୃହୀତ
ହେବା ହିଁ ଅଟେ ଦୃଢ଼ ସତ୍ୟ

ପଦ୍ୟ ଓ କବିତା ମଝିରେ
ସରୁ ରେଖାଟେ ଥାଇପାରେ
କରିଲେ ତାହାକୁ ଚିହ୍ନଟ
କବିତା ହୁଏ ପରିସ୍ଫୁଟ

ପଦର ଅଂତ୍ୟାକ୍ଷରୀ ମେଳ
ହେଲେ ହେଁ ଶୁଦ୍ଧ ଧ୍ବନି ଖେଳ
ହୋଇପାରେ ସାଂଗୀତିକତା
ଅଥବା ନିରୋଳ କବିତା

ଚିଂତାସ୍ରୋତର ଶବ୍ଦାୟନ
କରିଚାଲିଲେ ଘନଘନ
ଦ୍ରୁତ ଲିଖନକାରୀ କବି
ହୁଏନି ବିଶେଷ ପ୍ରଭାବୀ

ଲିଖନ ହୋଇଲେ ଯାଂତ୍ରିକ
ସର୍ଜନାତ୍ମକ ପଦ, ବାକ୍ୟ
ତହିଁରୁ ହୁଅଂତିନି ଜାତ
ଏହା ତ ନିତ୍ୟ ଅନୁଭୂତ

 

Leave A Reply

Your email address will not be published.