- ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ତା’ହେଲେ ରୋହାନ୍ ଆଖିରେ ଏତେ ରାଗ କ’ଣ ପାଇଁ! ଆଉ ସିଡ଼୍ ଯଦି କହେ, ଯେ ସେ ରୋହାନ୍କୁ ଈର୍ଷା କରୁନି ବୋଲି, ତେବେ ସେ ମିଛ କହୁଛି ବୋଲି ବୁଝିବାକୁ ହେବ । ଯା’ହେଲେ ବି ରୋହାନ୍ ବେଶୀ ସୁନ୍ଦର, ବୁଦ୍ଧିମାନ ଓ ପରିପକ୍ୱ ବି । ପରାମର୍ଶ ପାଇଁ ସମସ୍ତେ ରୋହାନ୍ ଉପରେ ନିର୍ଭର କରନ୍ତି ।
ବେଳେବେଳେ ସିଡ଼୍କୁ ଲାଗେ ଯେମିତି ରୋହାନ୍ ହେଉଛି ତିନୋଟି ‘ଉ’ର ସମାହାର – କୁଲ୍, କନ୍ଫିଡ଼େଚା୍ ଓ ଚାର୍ମିଙ୍ଗ୍, ମାନେ ଏକଦମ ସ୍ଥିର, ଆତ୍ମବିଶ୍ୱାସୀ ଏବଂ ଆକର୍ଷଣୀୟ; ଅଥଚ ସେ ନିଜେ ଗୋଟେ ଜୋକର୍ । ସବୁବେଳେ ଥଟ୍ଟା ମଜ୍ଜା କରୁଥିବ । ସେ ଏକ ଭୁଲ୍ ସମୟରେ ଜନ୍ମ ହୋଇଥିବାରୁ, ତା’ର ବାପାମା’ ଏ ପିଲା ଦୁଇଟିଙ୍କୁ ବାଧ୍ୟହୋଇ ତାଙ୍କ ଆଈଙ୍କ ପାଖରେ ଛାଡ଼ି ଦେଇଥିଲେ ।
ଆଈ ଯେତେବେଳେ ବି ଏମାନଙ୍କୁ ମାନସିକ ଭାବେ ଦୁଃଖୀ କରନ୍ତି, ସିଡ଼୍ ସବୁବେଳେ ହତାଶରେ ଚିତ୍କାର କରେ । ଅନେକ ସମୟ ଧରି ଆଈକୁ ଅଶ୍ଳୀଳ ଭାଷାରେ ଗାଳି ମଧ୍ୟ ଦିଏ । କେବଳ ଆଈ ନୁହେଁ ତା’ ବାପାମା’ଙ୍କ ଉପରେ ମଧ୍ୟ ଭୀଷଣ କ୍ଷୁବ୍ଧ ହୁଏ । କାରଣ ସେଇ ଦୁଇଜଣ ହିଁ ତାକୁ ଏ ନିଷ୍ଠୁର ନିର୍ଦ୍ଦୟ ଆଈ ପାଖକୁ ପଠାଇ, ତାକୁ ଏମାନଙ୍କର ଆଇନସିଦ୍ଧ ଅଭିଭାବକ କରିଦେଇଥିଲେ ।
ସିଡ଼୍ ଯେତେବେଳେ ବି ବାପାମା’ଙ୍କ ବିରୁଦ୍ଧରେ ବିଷୋଦ୍ଗାର କରେ, ରୋହାନ୍ କେବଳ ଦୁଃଖଭରା ହସଟିଏ ହସିଦିଏ । ସିଡ଼୍କୁ ସବୁଥର ଶାନ୍ତ କରିବାକୁ ଚେଷ୍ଟାକରି କହେ, “ଡ଼ାଡ଼୍, ମମ୍ଙ୍କର କିଛି ଅସୁବିଧା ଥିବ । ଭଗବାନଙ୍କ ଉପରେ ବିଶ୍ୱାସ ରଖ । ସେ ସବୁକିଛି ଠିକ୍ କରିଦେବେ ।” ଲୋକେ କୁହନ୍ତି ଯେ ଥଟ୍ଟା ମଜା ଆମର ଯନ୍ତ୍ରଣା କମ୍ କରିଦିଏ । କିନ୍ତୁ ସିଡ଼୍ କଥା ଅଲଗା । ଯବଣା ଲୁଚାଇ ରଖିବା ପାଇଁ ହିଁ ସେ ଥଟ୍ଟା ମଜା କରୁଥାଏ ।
କ୍ରମଶଃ