Latest Odisha News

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶବ୍ଦର ଗମନାଗମନ
ଚାଲିଛି ଯେଣୁ ପ୍ରତି କ୍ଷଣ
କିଏ ଗ୍ରହଣ କରେ କ’ଣ ?
ତାହା ତାହାର ଇଚ୍ଛାଧୀନ

ପୂରା ଭାଷାକୁ ନିୟଂତ୍ରଣ
କରିବା ଚେଷ୍ଟା ଆସ୍ଫାଳନ
ଯାହାର ଯେତେ ପ୍ରୟୋଜନ
କରଂତି ସେପରି ଲିଖନ

ସବୁ ପଦରେ ଖୋଜି ଖୁଣ
ଅକାରଣ ହୋଇଲେ କ୍ଷୁଣ୍ଣ
ନାହିଁ ଏହାର ସମାଧାନ
କରିବା କିଆଁ ଉତ୍‌ଥାପନ ?

ପ୍ରତ୍ୟେକେ ସ୍ବରୁଚି ସଂଭାଳି
ହସି ହସି ସଂସାରେ ଚଳି
କରିଲେ ନିଜସ୍ବ ଲିଖନ
ସଂଭବ ପ୍ରଗତି, ବର୍ଧନ

ଅନେକ ପରଂପରା-ପ୍ରେମୀ
ଇତିହାସ ପୃଷ୍ଠାରେ ଭ୍ରମି
ସଂଗ୍ରହ କଲେ ବି ପ୍ରମାଣ
ହୁଏନି ପୁନଃପ୍ରଚଳନ

ଶବ୍ଦକୋଷର ପୃଷ୍ଠା ଘାଂଟି
ଆଣଂତି ଶବ୍ଦଂକୁ ସାଉଁଟି
ନିଜ ଲେଖାରେ ଦେଲେ ଯୋଡ଼ି
ସ୍ବଭାଷା ରହେ ତଳେ ପଡ଼ି

ଲୋକେ ହେଲେଣି ସାଂପ୍ରତିକ
ଲେଖକେ ଅତୀତ ସ୍ତାବକ
ହେବାକୁ ସ୍ଥିର କଲେ ମନ
ସ୍ଥଗିତ ହୁଏ ଉନ୍ନୟନ

Comments are closed.