Latest Odisha News

BREAKING NEWS

ଭାଷା ଭାଗବତ : ବାରଂବାର ପୁନରାବୃତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶୁଭେଚ୍ଛା ଓ ଅଭିନଂଦନ
ଏବେ ଜଣାଉଁ ପ୍ରତି ଦିନ
ଏ ସବୁ ଯେଣୁ ସ୍ଥାୟୀ ଭାବ
ନିର୍ଦିଷ୍ଟ ତିଥି ନ ଖୋଜିବ

ତିନି ଶ’ ପଇଁଷଠି ଦିନ
ପରସ୍ପରଠୁଁ ହୋଇ ଭିନ୍ନ
ଆସି, ଯାଆଂତି ଆପେ ଫେରି
ଦାୟିତ୍ବ ନ ଥାଏ କାହାରି

ଶୁଭେଚ୍ଛା-ଧାରୀ ଏକ ମନ
ହେଲେ ସତ୍ୟ ଓ ସନାତନ
ଲୋଡ଼ିବନାହିଁ ତିଥି, ବାର
ଜୀବନ ହେବ ଧୀର, ସ୍ଥିର

ଉତ୍ସବ କରିଲେ ପାଳନ
କ୍ଷଣିକ ଉଲ୍ଲାସ ଅର୍ଜନ
କରି ଯେ ହୁଏ ଉଲ୍ଲସିତ
ସେ ହୁଏ ସମୂହର ଭୃତ୍ୟ

ପ୍ରତିଟି କାମରେ ଛଳନା
ରହିଲେ, ହୋଇ ବାଟବଣା
ସଂସାରେ ବୁଲୁଥିବା ଘୂରି
କିଛି ବି ପାରିବାନି କରି

ବାରଂବାର ପୁନରାବୃତ୍ତି
କରୁଛି କେତେ ବେଶି କ୍ଷତି
ବୁଝି ନ ପାରି ଲୋକ-ମତି
ଘଟାଇଚାଲେ ଅବନତି

ନିଜେ ହୋଇ ନିଜର ଭଳି
ସଂସାରେ ସୁଖେ ହୁଏ ଚଳି
ଏ ସତ୍ୟ ଅଟେ ପ୍ରମାଣିତ
ତେବେ ବି ବୁଝେନାହିଁ ଚିତ୍ତ

ଏପରି ଆତ୍ମସମର୍ପଣ
କିଏ କି କରିବ ବାରଣ
ଏହା କାହାକୁ ଜଣାନାହିଁ
ଏବେ କାଂଦିବା କାହା ପାଇଁ

Comments are closed.