ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂସାରେ ରହି ଅଛୁଁ ପଡ଼ି
ଜିଇଁବା ଦେଇଅଛୁଁ ଛାଡ଼ି
ଏଠି ସେଠି ସର୍ବଦା ଗଡ଼ି
ପାରୁନୁ ବଢ଼ି କିଂବା ଉଡ଼ି
ପବନ, ବର୍ଷା ଆସେ ମାଡ଼ି
ତେବେ ବି ଚଳାଇଲେ ଗାଡ଼ି
ଝଡ଼ରୁ ପାରିବା ମୁକୁଳି
ସଂସାର ହେବ ପୂର୍ବ ଭଳି
ହୋଇ ଝଡ଼ର ସମ୍ମୁଖୀନ
ଅଟକିଛଂତି ଯେତେ ଯାନ
ସ୍ଥଗିତ କଲେ ଯେଣୁ ଗତି
ଟିକେ ବି ହେଲାନି ଉନ୍ନତି
ସଂକଟକାଳ ଉପଗତ
ହେଲେ ବି ସ୍ଥିର ରଖି ଚିତ୍ତ
ଯେ ହୋଇଥାଏ କର୍ମରତ
କେବେ ହୁଏନି ବିଚଳିତ
ଅବିଚଳ ବିଶ୍ବାସଧାରୀ
ନିଷ୍ଠା ସହିତ କାମ କରି
ସନ୍ନ୍ୟାସୀ ଅଥବା ସଂସାରୀ
ହୋଇ ସମୟ ପାରେ ସାରି
ଦୁର୍ବଳ ଦେହଧାରୀ ହୋଇ
ମାଟିକୁ ଶ୍ରମଝାଳ ଦେଇ
କରିଲେ ଶ୍ୟାମଳ, ଉର୍ବର
ବିଶ୍ୱକୁ ଯୋଗାଏ ଆହାର
ଜିଇଁବା ଯେଣୁ ନିତ୍ୟକର୍ମ
ମିଳେନି ଛୁଟି କି ବିଶ୍ରାମ
ଥରଟେ ପାଇଲେ ଜୀବନ
ଅନ୍ୟାନ୍ୟ ସବୁ ଅର୍ଥହୀନ
Comments are closed.