Latest Odisha News

ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

୬ଲକ୍ଷ ୩୦ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫଟ ପ୍ରଦାନ

ଭୁବନେଶ୍ୱର : ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟର ସମସ୍ତ ଆଇନ୍ ଅଧିକାରୀ ଓ କର୍ମଚାରୀମାନେ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା ଅଶୋକ କୁମାର ପରିଜାଙ୍କ ନିର୍ଦ୍ଦେଶରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ସରକାରୀ ଆଡଭୋକେଟ୍ ଜ୍ୟୋତି ପ୍ରକାଶ ପଟ୍ଟନାୟକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ବ୍ୟାଙ୍କ ଡ୍ରାଫଟ ଆକାରରେ ପ୍ରଦାନ କରିଛନ୍ତି ।

 

Comments are closed.